DGP Pays Homage to Martyrs on 62nd Police Commemoration Day

0
423

By Our Correspondent

BHUBANESWAR/CUTTACK: DGP Abhay  on  Thursday paid homage to martyrs who had made supreme sacrifice in the line of duty on occasion on 62nd Police Commemoration Day. DGP and other senior officers laid the wreath at the wreath at the Sahid Memorial at State Police Headquarters in Cuttack.

୬୨ ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ଦିବସ ଆଜି ପୂର୍ବାହ୍ନରେ ପୋଲିସ ମୁଖ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ପାଳନ କରାଯାଇଅଛି୤ ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ଦେଶର ବିଭିନ୍ନ ଆରକ୍ଷୀ ବିଭାଗରେ ଶହୀଦ ହୋଇଥିବା ଯବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି୤ ଶହୀଦ ଯବାନଙ୍କ ପରିବାରବର୍ଗଙ୍କ ପ୍ରତି ମଧ୍ୟ ଶ୍ରୀ ଅଭୟ ଏହି ଅବସରରେ ସମବେଦନା ଜଣାଇଛନ୍ତି୤ ବୀର ଶହୀଦ ମାନଙ୍କ ପାଇଁ ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ ସହ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା୤

ସୂଚନାଯୋଗ୍ୟ ଯେ ୧୯୫୯ ମସିହା ଆଜିର ଦିନରେ ଚୀନ ସୈନ୍ୟଙ୍କ ଆକ୍ରମଣରେ ଲଦାଖ୍ ଅଞ୍ଚଳରେ କର୍ତ୍ତବ୍ୟରତ 10 ଜଣ ଭାରତୀୟ C.R.P.F ଯବାନ ପ୍ରାଣବଳି ଦେଇଥିଲେ୤ ସେମାନଙ୍କ ସ୍ମୃତିରେ ସାରା ଭାରତ ବର୍ଷରେ ପ୍ରତିବର୍ଷ October 21 ତାରିଖରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଆସୁଅଛି ୤ ଆଜି ସମଗ୍ର ଦେଶରେ ୬୨ ତମ “ପୋଲିସ ଶହୀଦ ସ୍ମୃତି ଦିବସ” ପାଳନ କରାଯାଉଅଛି ୤

1960 ମସିହାରୁ ଏଯାବତ୍ ଦେଶର ବିଭିନ୍ନ ଆରକ୍ଷୀ ବିଭାଗରେ ପ୍ରାୟ 35000 ରୁ ଉର୍ଦ୍ଧ୍ୱ ଆରକ୍ଷୀ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ୤ ଚଳିତ ବର୍ଷ ତା ୦୧.୦୯.୨୦୨୦ ରିଖରୁ ୩୧.୦୮.୨୦୨୧ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସ ର 377 ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ୱିତ କରିଛନ୍ତି ୤ ସେମାନଙ୍କ ମଧ୍ୟରୁ Andhra Pradesh ରୁ 11 ,Arunachal Pradesh ରୁ 3, Assam ରୁ 7, Bihar ରୁ 6, Chhattisgarh ରୁ 32, Himachal Pradesh ରୁ 4, Jharkhand ରୁ 4, Karnataka ରୁ 16, Kerala ରୁ 2, Madhya Pradesh ରୁ 15, Manipur ରୁ 3, Meghalaya ରୁ 1, Punjab ରୁ 2, Rajasthan ରୁ 2, Tamilnadu ରୁ 1,Uttar Pradesh ରୁ 4, Uttarakhanda ରୁ 3, West Bengal

ରୁ 17, Andaman & Nicobar Islands ରୁ 2, Chandigarh ରୁ 2, Delhi ରୁ 6, Jammu & Kasmir ରୁ 17, Ladakh ରୁ 1, Assam Rifles ରୁ 3, BSF ରୁ 47, CISF ରୁ 8, CRPF ରୁ 82, ITBP ରୁ 54, NSG ରୁ 1, SSB ରୁ 5, FS, CD & HG ରୁ 3, NDRF ରୁ 1, RPF ରୁ 8 ଓ ଓଡିଶାରୁ 4 ଜଣ ଶହୀଦ ହୋଇଛନ୍ତି ୤ ଓଡିଶାରୁ ଶହୀଦ ହୋଇଥିବା ବୀର ଯବାନଙ୍କ ନାମ ୧) ସି. ଆଇ ହାବିଲଦାର – ୬୨୫ ସୁନୀଲ କୁମାର ନାୟକ, ସୁନ୍ଦରଗଡ ଜିଲ୍ଲା ୨) କମାଣ୍ଡୋ – ୩୨୬ ଦେବାଶୀଷ ସେଠୀ, ଏସ୍‌.ଓ.ଜି., ଭୁବନେଶ୍ୱର ୩) କମାଣ୍ଡୋ – ୧୮୨୩ ସୁଧୀର କୁମାର ଟୁଡୁ, ଏସ୍‌.ଓ.ଜି., ଭୁବନେଶ୍ୱର ୪) ଓ.ଏ.ପି.ଏଫ୍‌-୪୯ ଅନୀଲ ଏକ୍କା, ସୁନ୍ଦରଗଡ ଜିଲ୍ଲା ୤

ତା ୧୭.୧୦.୨୦୨୦ ରୁ ୧୬.୧୦.୨୦୨୧ ସୁଦ୍ଧା ଓଡିଶା ପୋଲିସର ୨୨ ଜଣ ଯୋଦ୍ଧା କରୋନାରେ ଶହୀଦ ହୋଇଛନ୍ତି ୤ ସେ ସମସ୍ତ କରୋନା ଯୋଦ୍ଧାଙ୍କୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଓଡିଶା ପୋଲିସର ସବୁ ପଦବୀର ବହୁ ଅଧିକାରୀ ଶହୀଦ ସ୍ମାରକ ଠାରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ୤

LEAVE A REPLY

Please enter your comment!
Please enter your name here