By Our Correspondent
BHUBANESWAR: ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ. ପ୍ରତିଦିନ ରାଜ୍ୟ ର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି. ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନ ର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା 5T ସେକ୍ରେଟାରୀ ଶ୍ରୀ ଭି କେ ପାଣ୍ଡିଆନ ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ . ସେମାନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ଶ୍ରୀ ବୀର ବିକ୍ରମ ଯାଦବ , କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଚଇନି ଓ ପୂର୍ତ୍ତ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ .
ସ୍ଥାନୀୟ ଲୋକ ଓ ରୋଗୀ ମାନଙ୍କ ସହ ଆଲୋଚନା ପରେ ନିମ୍ନୋକ୍ତ ନିଷ୍ପତ୍ତି ନିଆଯାଇଛି .ରୋଗୀ ମାନେ ଯେପରି ସୁବିଧାରେ NIRTAR ରେ ପହଂଚିପାରିବେ ସେଥିପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକ ଠାରୁ ଓଲଟପୁର NIRTAR ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥକିଆ କରାଯିବ .
NIRTAR ହସ୍ପିଟାଲ ପାର୍ଶ୍ଵ ବର୍ତୀ ଜମି ଅଧିଗ୍ରହଣ କରି ସେ ଅଂଚଳର ବିକାଶ କରାଯିବ . ହଷ୍ଟେଲ ର ମଧ୍ୟ ଉନ୍ନତି କରାଯିବ..ଏହି ଗସ୍ତ ଅବସରରେ ଉନ୍ନୟନ କମିଶନର ଓ 5T ସଚିବ ହସ୍ପିଟାଲ ର ବିଭିନ୍ନ ward ବୁଲି ଦେଖିବା ସହ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ .