Crime File: Saheednagar PS Case No-85, 1 accused arrested

0
437

By Biswanath Dash

BHUBANESWAR:  Ref: Saheednagar PS Case No-85, Dt-26.02.2023, U/S- 341/294/332/325/353/307/ 506 IPC.PO: At- near VSS Nagar, Railway Crossing, PS- Saheed nagar, BBSR UPD.

Gist of the FIR:

ଆଜି ତା ୨୬.୦୨.୨୦୨୩ ରିଖରେ ଅଭିଯୋଗକାରୀ ମନୋଜ କୁମାର ବେହେରାଙ୍କ ଅଭିଯୋଗକ୍ରମେ ଶହୀଦନଗର ଥାନାରେ ଉପରୋକ୍ତ ମାମଲା ରୁଜୁ କରଯାଇଥିଲା । ଶହୀଦନଗର ପୁଲିସ ତଦନ୍ତ କରି ଅଭିଯୁକ୍ତ ସଂଗ୍ରାମ ବିଶ୍ଵାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଶହୀଦନଗର ଥାନା ଅଧିନସ୍ଥ ଭିଏସଏସ ନଗର ଫାଣ୍ଡି ରେ ଜଣେ କାର୍ଯ୍ୟରତ କନେଷ୍ଟବଳ । ପ୍ରତ୍ୟକ ଦିନ ପରି ସେ ଆଜି ଭିଏସଏସ ନଗର ମାର୍କେଟ ରେ ଡିଉଟି କରୁଥିବା ସମୟରେ ରେଲୱେ କ୍ରସିଂ ନିକଟରେ ଥିବା ମଟନ ଦୋକାନ ନିକଟ ରାସ୍ତା ମଝିରେ ଗୋଟିଏ ସ୍କୁଟି ଟି ରଖାଯାଇଥିବାର ଦେଖିବାକୁ ପାଇଥିଲେ । ସେହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିବାର ଦେଖି ସେ ସେହି ସ୍ଥାନକୁ ଯାଇଥିଲେ ଏବଂ ରାସ୍ତାରେ ପାର୍କିଂ ହୋଇଥିବା ସ୍କୁଟି କାହାର ପଚାରି ବୁଝିଥିଲେ । କିଛି ସମୟ ପରେ ଗାଡିର ମାଲିକ ଗାଡି ନିକଟକୁ ଆସିଥିବାରୁ ମନୋଜ ତାଙ୍କୁ ତୁରନ୍ତ ଗାଡି ହଟାଇବାକୁ କହିଥିଲେ । ଅଭିଯୁକ୍ତ ସଂଗ୍ରାମ ନିଜକୁ ଡେପୁଟି ପୋଲିସ୍ ଅଧୀକ୍ଷକ ପରିଚୟ ଦେଇ ତାଙ୍କୁ ଚୁପ ରହିବାକୁ କରିଥିଲେ । ଏହା ପରେ ମନୋଜ ତାଙ୍କୁ ରାସ୍ତା ଜାମ ହେଉଥିବାର କାରଣ ଦର୍ଶାଇ ପୁନର୍ବାର ତାଙ୍କର ସ୍କୁଟି ଟିକୁ ହଟାଇବା ପାଇଁ କହିବାରୁ ଅଭିଯୁକ୍ତ ସ୍କୁଟି ଟିକୁ ସାଇଡ କରିବେ ନହିଁ ବୋଲି କହିଥିଲେ ।

ମନୋଜ ନିଜ ମୋବାଇଲ ରେ ସ୍କୁଟି ଟିର ଫୋଟୋ ଉଠାଇଥିବାରୁ ଅଭିଯୁକ୍ତ ଉତ୍ୟକ୍ତ ହୋଇ ତାଙ୍କୁ ଅସଭ୍ୟ ଭାଷା ପ୍ରୟୋଗ କରିଥିଲେ ଏବଂ ଜୀବନରୁ ମାରିଦେବା ର ଉଦେଶ୍ୟ ନେଇ ତାଙ୍କର ଗଳା କୁ ଚିପି ଜୋରରେ ଧକା ମାରିଥିଲେ । ଯାହାଫଳରେ ଅଭିଯୋଗକାରୀ ନିକଟରେ ଥିବା ଏକ ନାଳରେ ପଡିଯାଇଥିଲେ ଏବଂ ତାଙ୍କର ଡାହାଣ ଆଣ୍ଠୁ ରେ ଗଭୀର ଆଘାତ ଲାଗିଥିଲା । ଏହା ଦେଖି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ଅଭିଯୁକ୍ତକୁ କାବୁ କରିନେବା ସହିତ ଆହତ ମନୋଜଙ୍କୁ  ତୁରନ୍ତ ହସ୍ପିଟାଲ କୁ ସ୍ଥାନାନ୍ତର କରିଥିଲେ । ଶହୀଦନଗର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତ ସଂଗ୍ରାମଙ୍କୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ ।

ତଦନ୍ତ ସମୟରେ ଅଭିଯୁକ୍ତ ସଂଗ୍ରାମ ତାଙ୍କର ଅପରାଧ ସ୍ଵୀକାର କରିଥିଲେ । ଅବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

Sangram Kumar Biswal(50), S/o- Lt. Ajay Biswal, HIG-10, Phase-7, Saileshree Vihar, PS Chandrasekharpur, BBSR.

Article Seized:

One TVS Scooter bearing Regd.no- OD-33-W-2985.

LEAVE A REPLY

Please enter your comment!
Please enter your name here