Crime File: Laxmisagar PS Case No-66, five accused forwarded to Court

0
314

By Biswanath Dash

BHUBANESWAR:   Ref: Laxmisagar PS Case No-66, Dt.28.02.2023, U/S- 341/323/427/307 IPC/9 I.E Act.PO: Near Hotel Oberai, PS- Laxmisagar, Bhubaneswar UPD.

Gist of the FIR:

ଲକ୍ଷ୍ମୀସାଗର ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ଘର ଓଲ୍ଡ ଟାଉନ ଅଞ୍ଚଳରେ ହୋଇଥିବା ବେଳେ ସେ ବର୍ତ୍ତମାନ ଝାରପଡା ଅଞ୍ଚଳରେ ରହୁଛନ୍ତି। ଅଭିଯୋଗକାରୀଙ୍କ ଶକ୍ତିକାନ୍ତ ବାଟୁ ନାମରେ ଜଣେ ଘନିଷ୍ଠ ବନ୍ଧୁ ଅଛନ୍ତି, ଯିଏକି ନିଜର ଏକ ଜେସିବି ମେସିନକୁ ନିମ୍ନୋକ୍ତ ଅଭିଯୁକ୍ତ, ବିଜୟ ଭାରତ ମହାପାତ୍ରଙ୍କୁ ଠିକା କାମ ଲାଗି ଭଡାରେ ଦେଇଥିଲେ ।

ପରେ ଅଭିଯୋଗକାରୀଙ୍କ ଘନିଷ୍ଠ ବନ୍ଧୁ ଜଣକ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଜେସିବି ମେସିନ ଭଡା ବାବଦକୁ ୨,୫୦,୦୦୦ଟଙ୍କା ଦାବୀ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ଓ କଥା କଟାକଟି ମଧ୍ୟ ହୋଇଥିଲା । କିଛି ଦିନ ପୂର୍ବରୁ ନିମ୍ନୋକ୍ତ ଅଭିଯୁକ୍ତ ବିଜୟ ଭାରତ ମହାପାତ୍ର ଏବଂ ତାଙ୍କର ଜଣେ ସହଯୋଗୀ ସାଗର ମଲ୍ଲିକଙ୍କୁ ସହିଦନଗରସ୍ଥିତ ଓଡିଶୀ ହୋଟେଲ ନିକଟରେ ଦେଖାକରି ଭଡା ବାବଦ ଟଙ୍କା ଦାବୀ କରିଥିଲେ । ଏହାକୁ ନେଇ ଉଭୟ ବିଜୟ ଭାରତ ମହାପାତ୍ର ଏବଂ ସହଯୋଗୀ ସାଗର ମଲ୍ଲିକ, ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥଲେ ।

ଏହା ଦେଖି ଅଭିଯୋଗକାରୀ ଜଣକ ପିସିଆରକୁ ସୂଚନା ଦେବାରୁ ଉଭୟ ଅଭିଯୁକ୍ତ ଜୀବନରୁ ମାରିଦେବାଲାଗି ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ଦିନ ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁଙ୍କୁ ଜୀବନରୁ ମାରିଦେବାଲାଗି ଯୋଜନା କରି ନିମ୍ନୋକ୍ତ ଅଭିଯୁକ୍ତ ବିଜୟ ଭାରତ ମହାପାତ୍ରଙ୍କ ନିର୍ଦ୍ଦେଶ ମତେ ସାଗର ମଲ୍ଲିକ ଏବଂ ନିମ୍ନୋକ୍ତ ସହଯୋଗୀ ମାନେ ମିଶି OD-33-AH-0263 ନମ୍ବର ଏକ କାରକୁ ଭଡା ସୂତ୍ରରେ ନେବା ସହିତ ଅଭିଯୋଗକାରୀଙ୍କ ପିଛା କରିଥିଲେ ଏବଂ ଝାରପଡା ଓଭର ବ୍ରିଜ ନିକଟରେ ଅଭିଯୋଗକାରୀଙ୍କ କାରକୁ ଲକ୍ଷ କରି ଦୁଇଟି ବମ୍ ପକାଇଥିଲେ ।

ଯାହାଫଳରେ ଅଭିଯୋଗକାରୀଙ୍କ କାର ଭାଙ୍ଗିରୁଜି ଯିବା ସହ ଅଭିଯୋଗକାରୀଙ୍କ ବାମ ହାତରେ ଆଘାତ ଲାଗିଥିଲା ।ଘଟଣାର ଅଭିଯୋଗ ପରେ, ଲକ୍ଷ୍ମୀସାଗର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥଲେ । ପଚରାଉଚରା ସମୟରେ, ଅଭିଯୁକ୍ତ ମାନେ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ତପୁ ଓରଫ ଶୁଭମ ଦାସଙ୍କ ନାମରେ ଓଲଟପୁର ଥାନା, ଜଟଣୀ ଥାନା, ଜଗତସିଂହପୁର ଥାନା ଏବଂ ଲକ୍ଷ୍ମୀସାଗର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ବେଳେ ଅଭିଯୁକ୍ତ ବିଜୟ ଭାରତ ମହାପାତ୍ରଙ୍କ ନାମରେ ପାରାଦୀପ ଥାନାରେ ମଧ୍ୟ ଗୋଟିଏ ମାମଲା ରହିଛି ।

ତଦନ୍ତ ଶେଷରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused persons:

1.                Tina @Sidhant Behera (22), S/O- Rama Chandra Behera, Vill/PS- Bolagada, Dist- Khurdha.

2.                Dipu @Sudipta Samantaray (35), S/O- Kedarnath Samantaray, Vill- Banlatangi, PS- Khurdha Sadar, Dist- Khurdha.

3.                Tapu @Subham Das (26), S/O- Rajkishore Das of Kanungosahi, PS- Naugaon, Dist- Jagatsinghpur, At/Pr- Balighat, Subhadranagar, PS- Talabania, Dist- Puri.

4.                Divyajyoti Rout (22), S/O- Laxmidhar Rout of Vill/Ps- Bolagada, Jhansipatana, Dist- Khurdha.

5.                Bijaya Bharat Mohapatra @Papun (34), S/0- Bhagaban Mohapatra of HIG 27, Madhuban, PS- Paradeep Port, Dist- Igatsinghpur, At/Pr- Plot No-1297, Jayadurga Nagar, Bomikhal, PS- Laxmisagar, Bhubaneswar UPD.

LEAVE A REPLY

Please enter your comment!
Please enter your name here