By Biswanath Dash
BHUBANESWAR: Ref: Kharvelnagar Ps Case No-51, Dt. 03.02.2023. U/s-341/294/506/332/253/293/ 34 IPC.PO: NAC Colony, PS- Kharvelnagar, Bhubaneswar UPD.
Gist of the FIR:
ଖାରବେଳନଗର ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ବିଦ୍ୟୁତ ବିଭାଗର ସହାୟକ ଯନ୍ତ୍ରୀ ଅଟନ୍ତି । ଘଟଣା ଦିନ ଅଭିଯୋଗକାରୀ ନିଜ ସହକର୍ମୀ ମାନଙ୍କୁ ନେଇ ଏନ ଏ ସି କଲୋନୀକୁ ବକେୟା ବିଦ୍ୟୁତ ଦେୟ ଆଦାୟ କରିବା ନିମନ୍ତେ ଯାଇଥିଲେ ।
ଅଭିଯୋଗକାରୀ ଏବଂ ସହକର୍ମୀ ମାନେ ଏସକେ ଏ ହୋସେନଙ୍କ ନାମରେ ଥିବା କ୍ଵାର୍ଟର ନମ୍ବର-ଏସ୍୫୬ କୁ ବାକି ଥିବା ୧୦,୪୫୧ଟଙ୍କା ବକେୟା ଆଦାୟ ନିମନ୍ତେ ଯାଇଥିଲେ । ବାରମ୍ବାର ସୂଚନା ଦିଆଯିବା ସତ୍ବେ ସେ ବକେୟା ବିଦ୍ୟୁତ ଦେୟ ପୈଠ ନକରିବାରୁ ଅଭିଯୋଗକାରୀ ତାଙ୍କ ଘରର ବିଦ୍ୟୁତ ସରବରାହ ଛିନ୍ନ କରିବା ନିମନ୍ତେ ଯାଇଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ହଠାତ ଘରୁ ବାହାରି ସେମାନଙ୍କ ସହିତ ଝଗଡା କରିବା ଆରମ୍ଭ କରିଦେଇଥିଲେ, ଏବଂ ଏକ ମୋଟରସାଇକେଲ ଚଳାଇ ଟିମ ସଦସ୍ୟଙ୍କୁ ଧକା କରିବା ସହିତ ସହକର୍ମୀ ବି ଟିକେଶ୍ଵର ରାଓଙ୍କ ବେକକୁ ଖୁବ ଜୋରରେ ଚିପି ଧରି ବେଶ କିଛି ବାଟ ଘୋଷାଡି ନେଇଯାଇଥିଲେ । ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ ।
ଅଭିଯୁକ୍ତ ଜଣକ ତୁରନ୍ତ ବିଦ୍ୟତ ସଂଯୋଗ କରିବା ନିମନ୍ତେ ଧମକ ଦେବା ସହ ନାନାପ୍ରକାର ଅଶ୍ଳୀଳ ଭାଷାରେ ଗାଳିମନ୍ଦ ମଧ୍ୟ କରିଥିଲେ । ଏହି ସମୟରେ ସେ ଆଦାୟ ହୋଇଥିବା ବିଦ୍ୟୁତ ଦେୟ, ମୋବାଇଲ ଫୋନ ଏବଂ ଟିମର ଗାଡି ଚାବିକୁ ଜୋରଜବରଦସ୍ତ ଛଡାଇ ନେଇଯିବାଲାଗି ମଧ୍ୟ ଉଦ୍ୟମ କରିଥିଲେ । ଘଟଣାର ଅଭିଯୋଗ ପରେ ଖାରବେଳନଗର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରିବା ସହିତ ନମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତଙ୍କ ନାମରେ ଖାରବେଳନଗର ଥାନାରେ ପୁର୍ବରୁ ମଧ୍ୟ ୪ଟି ମାମଲା ରହିଥିବା ତଦନ୍ତରୁ ଜଣା ପଡିଛି । ତଦନ୍ତ ଶେଷରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
Name & Address of Accused person:
1. Ahmed Khan (29), S/O- Aziz Khan, At- NAC Colony, Plot No.S56, Unit-3, PS- Kharvelnagar, Bhubaneswar UPD.