By Biswanath Dash
BHUBANESWAR: Ref: Kharvelnagar PS Case No- 437, dtd-23.11.2022,U/S-341/392/294/506/323 IPC/19 of Orissa Money Lenders Act1939.
PO:Near Sriya Chowk, PS- Kharvelnagar, BBSR UPD.
Gist of the FIR:
ଗତ ତା ୨୩.୧୧.୨୦୨୨ ରିଖରେ ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ଖାରବେଳନଗର ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ଖାରବେଳନଗର ଥାନା ପୁଲିସ ମାମଲାର ତଦନ୍ତ କରି ସମ୍ପୃକ୍ତ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀଙ୍କ ସ୍ବାସ୍ଥ୍ୟ ସମସ୍ଯା ହେତୁ ସେ ଅଭିଯୁକ୍ତ ନାରାୟଣ ବେହରାଙ୍କ ଠାରୁ ୧୦ପ୍ରତିଶତ ସୁଦ୍ଧ ହାରରେ ୫୦,୦୦୦/- ଧାର ଆଣିଥିଲେ । ସେ ଗତ ଜୁନ ମାସରୁ ୫୦୦୦/- ଟଙ୍କା ସୁଦ୍ଧ ବାବଦକୁ ଏବଂ ୧୦୦୦/- ମୂଳ ମୂଳ ରାଶି ବାବଦକୁ ଦେଇଆସୁଥିଲେ । ଆର୍ଥିକ ସମସ୍ଯା ହେତୁ ଅଭିଯୋଗକାରିଣୀ ଠିକ ସମୟରେ ନିମ୍ନୋକ୍ତ ଅଭିଯୁକ୍ତର ଟଙ୍କାକୁ ପରିଶୋଧ କରିପାରିନଥିବା ହେତୁ ନିମ୍ନୋକ୍ତ ଅଭିଯୁକ୍ତ ଅଭିଯୋଗକରିଣୀଙ୍କ ସ୍ବାମୀଙ୍କର ସ୍କୁଟିକୁ ଶ୍ରୀୟା ଛକ ନିକଟରୁ ବଳପୂର୍ବକ ଛଡାଇ ନେଇଥିଲେ ।
ପୀଡ଼ିତ ଦୀପକ ନାୟକ ଅନୁରୋଧ କରିବା ସତ୍ବେ ଅଭିଯୁକ୍ତ ନାରାୟଣ ଉଭୟ ପୀଡ଼ିତା ଏବଂ ଅଭିଯୋଗକରିଣୀଙ୍କୁ ରାସ୍ତାରେ ଆକ୍ରମଣ କରିଥିଲେ ଏବଂ ଅର୍ଥ ରାଶି ପରିଶୋଧ ନକରିଲେ ତାଙ୍କର ସ୍କୁଟିଟିକୁ ବିକ୍ରୟ କରିଦେବାର ଧମକ ଦେଇଥିଲେ । ଅଭିଯୋଗକାରିଣୀ ଏନେଇ ଖାରବେଳନଗର ଥାନାରେ ଅଭିଯୋଗକରିବା ପରେ ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତକୁ ୟୁନିଟ୍-୩, ହରିଜନ ବସ୍ତିରୁ କାବୁ କରିବା ସହିତ ଲୁଟ କରିଥିବା ସ୍କୁଟିକୁ ଜବତ କରିଥିଲେ ।
ତଦନ୍ତ ସମୟରେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାରୋକ୍ତି ସହିତ କୌଣସି ବୈଧ ଅନୁମତି ପତ୍ରରେ ବେଆଇନ ଭାବରେ ସୁଦ୍ଧ ବ୍ୟବସାୟ କରିଆସୁଥିବାର ମଧ୍ୟ ସ୍ଵୀକାର କରିଥିଲେ । ତଦନ୍ତ ପରିଶେଷରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
Name & Address of Accused person:
1. Nana @ Narayan Behera (55), S/o-Late Ladu Behera ,At- Harichandisahi , PS –Baselisahi , Dist-Puri, At/Pre- Harijan Basti, Unit-3, PS-Kharvelnagar, BBSR UPD.
Article Seized:
1. One TVS Jupiter bearing Regd No. OD 02 AP 2837 &
2. One agreement copy and Bank passbook of Complt.