Crime File: Kharvelnagar Police Limits, Case No-57,  2 accused arrested

0
339

By Biswanath Dash

BHUBANESWAR:  Ref: Kharvelnagar PS Case No- 57, dtd-05.02.2023,U/S-294/506/323/325/307/34 IPC. PO:Near Unit-4 Shouchalaya, PS- Kharvelnagar, Bhubaneswar UPD.

Gist of the FIR:

ଖାରବେଳନଗର ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ସୂଚନାଯୋଗ୍ୟ ଯେ, ଘଟଣାଦିନ ଅଭିଯୋଗକାରିଣୀ ଜଣକ ୟୁନିଟ୍-୪ରେ ଥିବା ଶୌଚାଳୟକୁ ଯାଉଥିଲେ । ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ତାଙ୍କୁ ସେଠାରେ ଅଟକାଇ ହଠାତ ଅଶ୍ଳୀଳ ଭାଷାରେ ଗାଳିମନ୍ଦ କରିବା ସହିତ ହାତ ଓ ଲାଠି ସାହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ ।

 ଯାହାଫଳରେ ଅଭିଯୋଗକାରିଣୀଙ୍କ ଦୁଇ ଆଖିରେ ଆଘାତ ଲାଗିବା ସହିତ ଗୋଡରେ ମଧ୍ୟ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହି ଘଟଣାରେ ଉଭୟ ଅଭିଯୁକ୍ତ ଅଭିଯୋଗକାରିଣୀଙ୍କୁ ନାନାପ୍ରକାର ଧମକ ମଧ୍ୟ ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପିସିଆର ପହଞ୍ଚିବା ସହିତ ଅଭିଯୋଗକାରୀଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।

ଅଭିଯୋଗକାରିଣୀଙ୍କ ଅଭିଯୋଗ ପରେ ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ୟୁନିଟ୍-୪ ମାର୍କେଟ ଏରିୟାରୁ ଗିରଫ କରିଥିଲେ । ପଚରା ଉଚରା ବେଳେ ଉଭୟ ଅଭିଯୁକ୍ତ ଉପରୋକ୍ତ ମାମଲାରେ ନିଜର ସମ୍ପୃକ୍ତି ଥିବା କଥା ସ୍ଵୀକାର କରିଥିଲେ ।  ତଦନ୍ତ ପରିଶେଷରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । 

Name & Address of Accused person:

1.                Nira @Nirakar Jena (42), S/o-Ananda Jena, At- Khandara, PS– Jajpur Town, Dist- Jajpur, At/Pre- Unit-4 Vegetable market, PS-Kharvelnagar, Bhubaneswar UPD.

2.                Sanju @Sanjukta Mishra (43), W/o- Late Sarat Chandra Mishra, Vill- Dogarpada, PS- Begunia, Dist- Khurdha, At/Pre- Unit-4 Vegetable market, PS-Kharvelnagar, Bhubaneswar UPD.

LEAVE A REPLY

Please enter your comment!
Please enter your name here