Crime File: Khandagiri PS Case No-125, two bike theft gang members arrested, 3 bikes seized

0
383
Md Sahil (38), S/O- Md sakil of Baunsagadi Basti, Dargha Bazaar, PS- Dargha Bazar, Dist- Cuttack. ,Rakesh Nayak @Rathi (26), S/O- Late Purna Chandra Nayak of Patna Sahi, PS- Odagaon, Dist- nayagarh, At/Pr- Haraparbati sahi, Lane-6, PS- Bharatpur, Bhubaneswar UPD.

By Biswanath Dash

BHUBANESWAR: Khandagiri PS Case No-125, dtd.18.03.2023, U/S- 379/411 IPC.PO: Aiginia Under Pass, PS- Khandagiri, Bhubaneswar UPD.

Gist of the FIR:

ଖଣ୍ଡଗିରୀ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଘଟଣା ଦିନ ସନ୍ଧ୍ୟାରେ ଖଣ୍ଡଗିରୀ ଥାନାର ଏକ ସ୍ପେଶାଲ ଟିମ ଆଇଗିଣିଆ ଅଣ୍ଡରପାସ ନିକଟରେ ଯାନବାହାନ ଚେକିଙ୍ଗ କରୁଥିଲେ । ଏହି ସମୟରେ ଅଭିଯୁକ୍ତ ଏମଡି ସାହିଲ ଏକ ପଲସର ମୋଟରସାଇକେଲ ଯୋଗେ ଦ୍ରୁତ ଗତିରେ ଏମ୍ସ ଆଡକୁ ପଳାଇବା ଲାଗି ଚେଷ୍ଟା କରିବା ସମୟରେ ପୁଲିସ ହାତରେ ଧରାପଡିଥିଲେ ।

ପଚରାଉଚରା ବେଳେ ଜଣାପଡିଥିଲା ଯେ, ଅଭିଯୁକ୍ତ ଏମଡି ସାହିଲଙ୍କ ଏମ୍ସ ରାସ୍ତାରେ ଏକ ଗ୍ଯାରେଜ ଅଛି ଏବଂ ଅଭିଯୁକ୍ତ ରାକେଶ ନାୟକ ଉକ୍ତ ମୋଟରସାଇକେଲକୁ ଭରତପୁର ଅଞ୍ଚଳରୁ ଚୋରୀ କରି ଆଣିବା ସହିତ ତାଙ୍କୁ ସେଠାରେ ବିକ୍ରି କରିବା ଲାଗି ଦେଇଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ସମୟରେ ଖଣ୍ଡଗିରୀ ଥାନା ପୁଲିସ ଏକ ବିଶ୍ଵସ୍ତ ସୂତ୍ରକୁ ଆଧାର କରି ହରପାର୍ବତୀ ସାହିରେ ଚଢଉ କରିବା ସହିତ ମୁଖ୍ୟ ଅଭିଯୁକ୍ତ ରାକେଶ ନାୟକଙ୍କୁ ଗିରଫ କରିଥିଲେ ।

ପଚରାଉଚରା ବେଳେ ଅଭିଯୁକ୍ତ ରାକେଶ ନାୟକ, ଏହି ପଲସର ମୋଟରସାଇକେଲକୁ ଭରତପୁର ଥାନା ଅନ୍ତର୍ଗତ ଏସଓଏସ ମାଛ ମାର୍କେଟରୁ ଚୋରିକରି ଆଣିଥିବା କଥା ସ୍ଵୀକାର କରିଥିବା ବେଳେ ଆହୁରି ଦୁଇଟି ଚୋରା ମୋଟରସାଇକେଲ ନିଜ ପାଖରେ ଲୁଚାଇ ରଖିଥିବା କଥା ମଧ୍ୟ ସ୍ଵୀକାର କରିଥିଲେ । ଘର ତଲାସି ବେଳେ ତାଙ୍କ ଘରୁ ଆଉ ଦୁଇଟି ଚୋରା ମୋଟରସାଇକେଲ ପୁଲିସକୁ ମିଳିଥିଲା ।

ଖଣ୍ଡଗିରୀ ଥାନା ପୁଲିସ  ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ହେପାଜତରୁ ୩ଟି ଚୋରା ମୋଟରସାଇକେଲ ଜବତ କରିଥିଲେ । ଅଭିଯୁକ୍ତ ରାକେଶ ନାୟକଙ୍କ ନାମରେ ପୂର୍ବରୁ ମଧ୍ୟ ଭରତପୁର ଥାନାରେ ଏକ ଚୋରୀ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।

ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି  ।

Name & Address of Accused person:            

1.                Md Sahil (38), S/O- Md sakil of Baunsagadi Basti, Dargha Bazaar, PS- Dargha Bazar, Dist- Cuttack.

2.                Rakesh Nayak @Rathi (26), S/O- Late Purna Chandra Nayak of Patna Sahi, PS- Odagaon, Dist- nayagarh, At/Pr- Haraparbati sahi, Lane-6, PS- Bharatpur, Bhubaneswar UPD.

Article Seized:

1.                3nos of stolen Motorcycles.

LEAVE A REPLY

Please enter your comment!
Please enter your name here