Crime File: Infocity PS Case No-81, Ganja Trader arrested

0
328

By Biswanath Dash

BHUBANESWAR:   Ref: Infocity PS Case No-81, Dt.01.03.2023, U/S- 20 (C) NDPS Act.PO:Near KIIT Law College, Prashanti Vihar, Bhubaneswar UPD.

Gist of the FIR:

ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଇନଫୋସିଟି ଥାନାର ଏକ ସ୍ପେଶାଲ ଟିମ ପ୍ରଶାନ୍ତି ବିହାର ଅନ୍ତର୍ଗତ କିଟ କଲେଜ ନିକଟରେ ଅତର୍କିତ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କର ତଲାସି ବେଳେ ତାଙ୍କ ହେପାଜତରୁ ମୋଟ ୩୫କେଜି ଓଜନର ଗଞ୍ଜେଇ ଓ ଏକ ୟାମାହା ମୋଟରସାଇକେଲ ଜବତ କରାଯାଇଥିଲା । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ଏହି ବେଆଇନ ଗଞ୍ଜେଇକୁ ନୟାଗଡ ଅଞ୍ଚଳରୁ ଆଣି ଚନ୍ଦ୍ରଶେଖରପୁର ଅଞ୍ଚଳ ଓ ଚନ୍ଦକା ଅଞ୍ଚଳ ସହିତ ଭୁବନେଶ୍ବରର ଅନ୍ୟ ସବୁ ଅଞ୍ଚଳକୁ ନିଜସ୍ବ ଲାଭ ପାଇଁ ଚାଲାଣ କରୁଥିବା କଥା ସ୍ଵୀକାର କରିଥିଲେ ।

ଏହି ଘଟଣାକୁ କେନ୍ଦ୍ରକରି ଇନଫୋସିଟି ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଧିକ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣେ ଅଭ୍ଯାସଗତ ଅପରାଧୀ ଅଟନ୍ତି । ତାଙ୍କ ନାମରେ ପୂର୍ବରୁ ମଧ୍ୟ ଚନ୍ଦ୍ରଶେଖରପୁର ଥାନାରେ ମୋଟ ୧୩ଟି ଅପରାଧିକ ମାମଲା ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ବିଦ୍ର: ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ଜନସାଧାରଣମାନେ, ଗଞ୍ଜେଇ ବା ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶା କାରବାର ସମ୍ପର୍କରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name & Address of Accused persons:

1.                Nila Pattnaik (27), S/o- Kiran Pattnaik of Nuagadasahi, Daruthenga, PS-Chandaka, BBSR, A/p- Niladri vihar, Panda Park-KA, PS- CS Pur, BBSR UPD.

Article Seized:

1.                Contraband Ganja of 35kg.

2.                One Yamaha R15 M/C, bearing Regd. No.OD-33-AG-4758.

LEAVE A REPLY

Please enter your comment!
Please enter your name here