Crime File: Dhauli PS Case No-33, accused arrested

0
334

By Biswanath Dash

BHUBANESWAR:  Ref: Dhauli PS Case No-33, Dtd.01.03.2023, U/S-379 IPC.PO:In front of Kalinga Dhaba, NH-316, PS- Dhauli, Bhubaneswar UPD.

Gist of the FIR:

ଧଉଳି ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ଏନଏଚ-୩୧୬ ପାର୍ଶ୍ବରେ ଥିବା କଳିଙ୍ଗ ଢାବା ସମୁଖରେ ଏକ ବଲ୍ହା ଓ ବାଉଁଶ ଡିପୋ ଅଛି । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ନିୟମିତ ଭାବେ ଅଭିଯୋଗକାରୀଙ୍କ ସମ୍ପୃକ୍ତ ଡିପୋ ରୁ ବଲ୍ହା ଓ ବାଉଁଶ ଚୋରୀ କରୁଥିଲେ ।

ଘଟଣାର ଅଭିଯୋଗ ପରେ ଧଉଳି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ କୁମାରଡିହ ଗ୍ରାମରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଏହି ବଲ୍ହା ଓ ବାଉଁଶ ଗୁଡିକୁ ଚୋରୀ କରିନେଇ ଉତ୍ତରା କେନାଲ ରୋଡ଼ରେ ଏକ କ୍ୟାବିନ ତିଆରି କରୁଥିବା କଥା ସ୍ଵୀକାର କରିଥିଲେ ।

ଛାନଭିନ ସମୟରେ ପୁଲିସ ନିମ୍ନୋକ୍ତ ଅଭିଯୁକ୍ତଙ୍କ ନିକଟରୁ ମୋଟ ୨୭ଟି ବଲ୍ହା ଜବତ କରିଥିଲେ । ତଦନ୍ତ ସମୟରେ, ନିମ୍ନୋକ୍ତ ଅଭିଯୁକ୍ତଙ୍କ ନାମରେ ଭୁବନେଶ୍ବର ମହିଳା ଥାନାରେ ପୂର୍ବରୁ ମଧ୍ୟ ଏକ ମାମଲା ରହିଥିବା ଧଉଳି ଥାନା ପୁଲିସ ଜଣିବାକୁ ପାଇଛି । ତଦନ୍ତ ଶେଷରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused persons:

1.                Bulu Moharana (29), S/O- Sadasiva Moharana of Vill- Kumardiha, PS- Dhauli, Bhubaneswar UPD.

Article Seized:

1.                27 Nos of Balha.

LEAVE A REPLY

Please enter your comment!
Please enter your name here