Crime File: Dhauli PS Case No-27, accused arrested

0
285

By Biswanath Dash

BHUBANESWAR:  Ref: Dhauli PS Case No-27, dtd.21.02.2023, U/S-294/307/34 IPC.PO: House of Complt. Gobardhanpur, PS- Dhauli, Bhubaneswar UPD.

Gist of the FIR:

ଗତ ତା ୨୧.୦୨.୨୦୨୩ ରିଖରେ ଅଭିଯୋଗକାରୀ ଉମାକାନ୍ତ ମହାରଣାଙ୍କ ଅଭିଯୋଗକ୍ରମେ ଧଉଳି ଥାନାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଥିଲା । ଧଉଳି ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତ ହରିହରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଗତ ୨୦.୦୨.୨୦୨୩ ରିଖରେ ଅଭିଯୁକ୍ତ ଏବଂ ପୀଡ଼ିତଙ୍କ ମଧ୍ୟରେ ପୂର୍ବରୁ ଏକ ସମସ୍ଯାର ସମାଧାନ କରିବା ନେଇ କିଛି ଭଦ୍ରଲୋକଙ୍କ ଉପସ୍ଥିତି ରେ ପୀଡ଼ିତଙ୍କ ଘରେ ଏକ ସଭା ବସିଥିଲା । ଏହି ସମାଧାନ ସଭାରେ ଉଭୟ ଅଭିଯୁକ୍ତ ଏବଂ ପିଡ଼ିତ ଙ୍କ ମଧରେ କଥା ବାର୍ତ୍ତା ତିକ୍ତତା ରୂପ ନେବାରୁ ଅଭିଯୁକ୍ତ ଅତ୍ୟନ୍ତ ଉତ୍ୟକ୍ତ ହୋଇ ଗୋଟିଏ ଧାରୁଆ ଅସ୍ତ୍ରରେ ପିଡ଼ିତ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ ହେତୁ ପୀଡ଼ିତ ତାଙ୍କର ମୁହଁ ଏବଂ ଛାତି ରେ ଗଭୀର କଟା ଆଘାତ ପାଇଥିଲେ ଏବଂ ତାଙ୍କୁ ତୁରନ୍ତ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପୀଡ଼ିତ ଙ୍କ ବଡ ଭାଇ ଏନେଇ ଧଉଳି ଥାନାରେ ଅଭିଯୋଗକରିବା ପରେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ହରିହରକୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ ।

ତଦନ୍ତ ସମୟରେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ପରବର୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

Harihara Moharana(37), S/o- Lt. Banambra Maharana, Vill- Gobardhanpur, PS- Dhauli, Dist- Khordha.

Article Seized:One sharp cutting weapon (Paper cutter).

LEAVE A REPLY

Please enter your comment!
Please enter your name here