Crime File: Chandrasekharpur PS Case No-14, 1 more accused held taking total to 35      

0
377

By Biswanath Dash

BHUBANESWAR: U/s-147/148/149/341/323/307/427/ 294/506 IPC.PO:EMBASSY Bar& Restaurant, PS- Chandrasekharpur, Bhubaneswar UPD.

Gist of the FIR:

ଗତ ତା୦୮.୦୧.୨୦୨୩ ରିଖରେ ଅଭିଯୋଗକାରୀ ଶ୍ରୀକାନ୍ତ ଭୋଇଙ୍କ ଅଭିଯୋଗକ୍ରମେ ଚନ୍ଦ୍ରଶେଖରପୁର ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ଚନ୍ଦ୍ରଶେଖରପୁର ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁର୍ବରୁ ୩୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଏମ୍ବାସି ବାର ଆଣ୍ଡ ରେଷ୍ଟୁରାଣ୍ଟର ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଘଟଣା ଦିନ ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ସଂଜୀବ ସ୍ଵାଇଁ ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଉକ୍ତ ବାରକୁ ଯାଇଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ଗେଟ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାତି ଅଧିକ ହୋଇଯାଇଥିବାରୁ ସେ ଗେଟ ଖୋଲିପାରିବେନି ବୋଲି ଅସମର୍ଥ ପ୍ରକାଶ କରିବାରୁ, ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା। ପରେ ବାରର କର୍ମଚାରୀ ମାନେ ସେଠାରେ ପହଞ୍ଚି ସଂଜୀବଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ଏହି ସମୟରେ ସଂଜୀବ ବରମୁଣ୍ଡା ବସଷ୍ଟାଣ୍ଡରେ ତାଙ୍କୁ ଅପେକ୍ଷା କରିଥିବା ତାଙ୍କର ସାଥୀ ମାନଙ୍କୁ ଫୋନ କରି ଡ଼ାକିଥିଲେ । ତାଙ୍କ ନିକଟରୁ ଫୋନ କଲ ପାଇ ଦେବକୁଣ୍ଡ ଅଭିମୁଖେ ପିକନିକ ପାଇଁ ବାହାରିଥିବା ସାଥୀମାନେ ଏକତ୍ର ହୋଇ OR-19-H-1111 ନମ୍ବର ବିଶିଷ୍ଟ ବସ ଏବଂ ଅନ୍ୟ କେତୋଟି କାର ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ବାରର କର୍ମଚାରୀ ମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମୁନିଆ ପଥର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ବାରର ସମସ୍ତ ଆସବାବ ପତ୍ର ସବୁକୁ ବାଡ଼େଇ ଭାଙ୍ଗି ଦେଇଥିଲେ । ଘଟଣାର ଅଭିଯୋଗପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ତଦନ୍ତ କରିବା ସହିତ ଏହି ମାମଲାରେ ଜଡ଼ିତ ଥିବା ଅଭଯୋଗରେ ପୁର୍ବରୁ ୩୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଏହି ମାମଲାର ତଦନ୍ତ ଚାଲି ଥିବା ସମୟରେ ନିମ୍ନୋକ୍ତ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ।  ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ଉପରୋକ୍ତ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା କଥା ସ୍ଵୀକାର କରିଥିଲେ । ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣେ ପେଷାଦାର ଅପରାଧୀ ଅଟନ୍ତି । ତାଙ୍କ ନାମରେ ଖଣ୍ଡଗିରି ଥାନାରେ ସର୍ବାଧିକ ୧୦ଟି ଅପରାଧିକ ମାମଲା ରହିଥିବା ବେଳେ ନୟାପଲ୍ଲି ଥାନାରେ ୫ଟି ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ଥାନାରେ ଗୋଟିଏ ଅପରାଧିକ ମାମଲା ରହିଛି । ଅଭିଯୁକ୍ତ ଜଣକ କ୍ରମାଗତ ଭାବେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଛି । ତଦନ୍ତ ଶେଷରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । 

Name & Address of Accused person:

1.                Babu Jena @Debi Prasad Jena, S/O- Ajay Kumar Jena of Vill- Srirampur, PS- Pattamundai, Dist- Kendrapara, At/Pr- Talabania, Pokhariput, PS- Airport, Bhubaneswar UPD.          

LEAVE A REPLY

Please enter your comment!
Please enter your name here