Crime File: Chandrasekharpur Police arrested Boyfriend Soumyajit Mohapatra over Infosys Techie Sweta Utkal Kumari death case

0
698

By Biswanath Dash

BHUBANESWAR: Ref: CS Pur PS Case No.283, dtd- 21.08.2022 U/s: 306 IPC.

Gist of the FIR:

ଗତ ତା ୨୧.୦୮.୨୦୨୨ ରିଖରେ ଅଭିଯୋଗକାରୀ ସୁଶାନ୍ତ କୁମାର ଦାସଙ୍କ ଅଭିଯୋଗକ୍ରମେ ଚନ୍ଦ୍ରଶେଖରପୁର ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ଚନ୍ଦ୍ରଶେଖରପୁର ଥାନା ପୁଲିସ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ତଦନ୍ତ ପରେ ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ମୃତଫି ଏବଂ ନିମ୍ନୋକ୍ତ ଅଭିଯୁକ୍ତ ପରସ୍ପରକୁ ଭଲ ପାଉଥିଲେ ଏବଂ ସେମାନେ ଏକତ୍ର ରହୁଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକଠାକ ଥିଲା କିନ୍ତୁ କୋଭିଡ ସମୟରେ ଅଭିଯୁକ୍ତ ସୌମ୍ୟଜିତ ତାଙ୍କର ଚାକିରି ହରାଇଥିବାରୁ ମୃତଫି ନିଜର ଓ ସୌମ୍ୟଜିତଙ୍କର ସମସ୍ତ ଆବଶ୍ୟକତା ବହନ କରୁଥିଲେ ।

ଏହା ସତ୍ବେ ସୌମ୍ୟଜିତ ଆବଶ୍ୟକ ସମୟରେ ମୃତଫିଙ୍କ ଠାରୁ ଜୋର ଦେଇ ଟଙ୍କା ନେଉଯାଉଥିଲେ ଏବଂ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ମୃତଫି ଯେତେବେଳେ ସୌମ୍ୟଜିତଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଉଥିଲେ, ସେ ଜାଣିଶୁଣି ଏଥିରୁ ଦୂରେଇ ରହୁଥିଲେ । ଇତି ମଧ୍ୟରେ ମୃତଫି ତାଙ୍କର ପିତା ମତା ଙ୍କ ସହିତ ଅଭିଯୁକ୍ତ ସୌମ୍ୟଜିତ ଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ କିନ୍ତୁ ଅଭିଯୁକ୍ତ ସୌମ୍ୟଜିତଙ୍କ ପରିବାର ତାଙ୍କୁ ସୌମ୍ୟଜିତଙ୍କ ଏମବିଏ ପଢା ପାଇଁ ୩୦ ଲକ୍ଷ ଟଙ୍କା ଦାବୀ କରିଥିଲେ । ଏଥିରେ ମୃତଫିଙ୍କ ପରିବାର ସଦସ୍ୟ ସେମାନଙ୍କର ଅକ୍ଷମତା ଦେଖାଇ ଟଙ୍କା ଦେବାକୁ ମନା କରିଦେଇଥିବରୁ ସୌମ୍ୟଜିତଙ୍କ ପରିବାର ଲୋକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣା ମୃତଫିଙ୍କୁ ମାନସିକ ଭାବରେ ଗଭୀର ଆଘାତ ଦେଇଥିବା ସତ୍ବେ ସେ ସୌମ୍ୟଜିତଙ୍କୁ ଭଲ ପାଉଥିଲେ ।

ଇତିମଧ୍ୟରେ ଅଭିଯୁକ୍ତ ସୌମ୍ୟଜିତ ମୃତଫିଙ୍କ ସମ୍ପର୍କରେ ରହିଥିବା ବେଳେ ଅନ୍ୟ ଜଣେ ଝିଅ ସହିତ ତାଙ୍କର ସମ୍ପର୍କ ଗଢି ଉଠିଥିବାର ଜାଣିବାକୁ ପାଇଥିଲେ । ଏହା ଶୁଣିବା ପରେ ସେ ମାନସିକ ଭାବରେ ଭାଙ୍ଗି ପଡ଼ିଥିଲେ । ଅଭିଯୁକ୍ତ ସୌମ୍ୟଜିତ ଆବଶ୍ୟକ ସମୟରେ ମୃତଫିଙ୍କ ଭଡା ଘରକୁ ଆସୁଥିଲେ ଏବଂ ଆବଶ୍ୟକତା ଟଙ୍କା ନେବା ପରେ ତାଙ୍କୁ ଉଭୟ ଶାରୀରିକ, ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ । କିନ୍ତୁ ମୃତଫିଙ୍କର ଆଶା ଥିଲା ଯେ, ଦିନେ ଅଭିଯୁକ୍ତ ପରିବର୍ତନ ହୋଇଯିବେ, ହେଲେ ସେ ତାଙ୍କର ସ୍ଵଭାବାରେ କୌଣସି ପରିବର୍ତନ ଆଣିନଥିଲେ । ଅଭିଯୁକ୍ତ ସୌମ୍ୟଜିତ ଅନ୍ୟ ଝିଅ ମାନଙ୍କ ସହିତ ସମ୍ପର୍କରେ ଆସିବା ପାଇଁ ମୃତଫିଙ୍କୁ ତାଙ୍କର ଜୀବନରୁ ଦୂରେଇ ଯିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ମୃତଫି ତାଙ୍କ ଜୀବନରେ ସବୁ କିଛି ଭାବିନେଇ ସାରିଥିବାରୁ ସେ ଦୂରେଇ ନଯିବା ପାଇଁ କହିଥିଲେ । ଏଥିରେ ଅଭିଯୁକ୍ତ ସୌମ୍ୟଜିତ ରାଗିଯାଇ ମୃତଫିଙ୍କୁ କହିଥିଲେ ଯେ, ସେ ତାଙ୍କର ଜୀବନରୁ ଚାଲି ଯାଆନ୍ତୁ କିମ୍ବା ଆତ୍ମହତ୍ୟା କରନ୍ତୁ । ଏଥିରେ ମୃତଫି କୌଣସି ବିକଳ୍ପ ନପାଇ ଶେଷରେ ଆତ୍ମହତ୍ୟା କରିଥିଲେ ।

ପୁଲିସ ନିମ୍ନୋକ୍ତ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତ ମୃତଫିଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରରୋଚନା କରିଥିବା ପ୍ରମାଣିତ ହୋଇଥିଲା ତଦନ୍ତ ଶେଷରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ସୌମ୍ୟଜିତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

Soumyajit Mohapatra(28), S/o- Tapan Kumar Mahapatra of ward no-3, Kuchinda, PS- Kuchinda, Dist- Sambalpur, At/pr- Bansidhar Nagar, PS- Bareipalli, Dist- Sambalpur.   

LEAVE A REPLY

Please enter your comment!
Please enter your name here