Crime File: Balipatna PS Case No-65, accused arrested

0
334

By Biswanath Dash

BHUBANESWAR: Ref: Balipatna PS Case No-65, Dt-15.02.2023, U/S- 341/294/506/307/34 IPC.PO: Vill- Cadheibara, PS- Balipatna, BBSR UPD.

Gist of the FIR:

ବାଲିପାଟଣା ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।ସୂଚନାଯୋଗ୍ୟ ଯେ, ଘଟଣା ଦିନ ସମ୍ପୃକ୍ତ ଥାନା ଅନ୍ତର୍ଗତ ଚଢେଇବର ଗ୍ରାମର ଦିଲୀପ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘରୁ କୌଣସି ଅଭିଯୁକ୍ତ ୫୦ଟି ଘୁଷୁରି ଚୋରୀ କରି ନେଇଯାଇଥିଲେ । ବାବୁଲା ଦାସ ନାମକ ଜଣେ ବ୍ୟକ୍ତି ତାଙ୍କର ଦୁଇ ସମ୍ପର୍କୀୟଙ୍କ ସହାୟତାରେ ଏହି ଘୁଷୁରି ଚୋରୀ କରିଥିବା କଥା ଦିଲୀପ ଦାସ ଅନୁମାନ କରିଥିଲେ ।

ଏହାକୁ ନେଇ କେଳା ସମାଜର ସଭାପତି ଇତିପୁର ଗ୍ରାମର ବାବୁଲା ଦାସ ଚଢେଇବର ଗ୍ରାମରେ ଏକ ସଭାର ଆୟୋଜନ କରିଥିଲେ । ଏହି ସଭାରେ ଯୋଗଦେବାଲାଗି ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀ ଟିକିନା ଦାସ ଏବଂ ବାପି ଦାସଙ୍କୁ ନିମନ୍ତ୍ରଣ କରିଥିଲେ । ଅଭିଯୋଗକାରୀ ତାଙ୍କ ସମ୍ପର୍କୀୟ ଭାଇଙ୍କ ସହିତ ମୋଟରସାଇକେଲରେ ଯାଇ ସଭାସ୍ଥଳରେ ପହଞ୍ଚିବା କ୍ଷଣି ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ବାଉଁଶ ଲାଠି ଏବଂ ଲୁହାଛଡ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ଅଭିଯୋଗକାରୀ ଟିକିନା ଦାସ ଏବଂ ବାପି ଦାସ ନାମକ ଅନ୍ୟ ଜଣେ ବ୍ୟକ୍ତି ଗୁରୁତ୍ତର ଆହତ ହୋଇଥିଲେ । ଉକ୍ତ ଘଟଣାର ଅଭିଯୋଗପରେ ବାଲିପାଟଣା ଥାନା ପୁଲିସ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।

ତଦନ୍ତ ଶେଷରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଉଦ୍ୟମ ଜାରି ରହିଛି ।

Name & Address of Accused person:

Mahendra Guru (55), S/O- Sadhu Guru of Vill- Podanga, PS- Pipili, Dist- Puri, At/Pr- Near Sai Temple, Tankapani Road, Bhubaneswar UPD.

LEAVE A REPLY

Please enter your comment!
Please enter your name here