Crime File: Balianta PS Case No-48, Accused arrested for brutalizing Wife and Daughter

0
404

By Biswanath Dash

BHUBANESWAR: Ref: Balianta Ps Case No-48, Dt. 03.02.2023. U/s-498-A/323/294/506/307 IPC.PO:Alarpur, PS- Balianta, Bhubaneswar UPD.

Gist of the FIR:

ବାଲିଅନ୍ତା ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।  ସୂଚନାଯୋଗ୍ୟ ଯେ, ପୀଡ଼ିତା ଜଣକ ୨୦୧୨ ମସିହାରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ହିନ୍ଦୁ ରୀତିନିତି ଅନୁଯାଇ ବିବାହ କରିଥିଲେ । ଉଭୟଙ୍କର ଏକ ୯ବର୍ଷର ଝିଅଟିଏ ମଧ୍ୟ ଅଛି । ଗତ ତିନି ବର୍ଷ ଧରି ନିମ୍ନୋକ୍ତ ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେଇ ଆସୁଛନ୍ତି ।

ପୁର୍ବରୁ ପୀଡ଼ିତା ଜଣକ ଏହି ସମ୍ପର୍କରେ ଜଟଣୀ ଥାନାରେ ଦୁଇଥର ଅଭିଯୋଗ କରିଥିଲେ ମଧ୍ୟ ସେଠାରେ ଆପୋସ ସମାଧାନ ହୋଇଯାଇଥିଲା । ଘଟଣା କ୍ରମରେ ପୀଡିତାଙ୍କ ଶାଶୁଘର ଲୋକ ତା.୩୧.୦୧.୨୦୨୩ ରିଖରେ ତାଙ୍କୁ ଘରକୁ ନେବା ସହିତ ଅଲାରପୁର ଠାରେ ରହିବା ଲାଗି ବନ୍ଦୋବସ୍ତ କରିଦେଇଥିଲେ । ଏହାର ଦୁଇଦିନ ପରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ହଠାତ ପୀଡିତାଙ୍କ ବାପ ଘରକୁ ଆସି କଳହ ସୃଷ୍ଟି କରିବା ସହିତ ପୀଡିତାଙ୍କ ବାପା ଏବଂ ମାଙ୍କୁ ମାଡ ମାରିଥିଲେ ।

ପରେ ନିଜ ଝିଅକୁ ବାଡାଇବା ଲାଗି ଉଦ୍ୟତ ହେଉଥିବା ସମୟରେ ପୀଡ଼ିତା ବିରୋଧ କରିବାରୁ, ଅଭିଯୁକ୍ତ ଜଣକ ତାଙ୍କ ତଣ୍ଟି ଚିପି ଜୀବନରୁ ମାରିଦେବା ଲାଗି ଉଦ୍ୟମ କରିଥିଲେ । ଯାହା ଫଳରେ ଏହି ଘଟଣା ଯୋଗୁଁ ପୀଡ଼ିତା, ତାଙ୍କ ମା ବାପା, ଏବଂ ଝିଅ ଗୁରୁତର ଆହତ ହୋଇଥିଲେ । ସୂଚନା ପାଇ ପିସିଆର ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଅଭିଯୁକ୍ତଙ୍କ କବଳରୁ ପିଡ଼ିତାଙ୍କୁ ଉଦ୍ଧାର କରିଥିଲେ । ଘଟଣାର ଅଭିଯୋଗ ପରେ ବାଲିଅନ୍ତା ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରିବା ସହିତ ନମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।  ତଦନ୍ତ ଶେଷରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

1.                Pabitra Manohari (38), S/O- Purnachandra Manohari, Vill- Sriramnagar, PS- Jatni, Bhubaneswar UPD.                  

LEAVE A REPLY

Please enter your comment!
Please enter your name here