CORONA Awareness Rath Flags Off at JSW Steel Proposed Project site in Jagatsinghpur

0
726

By Our Correspondent

PARADIP/BHUBANESWAR: ପାରାଦିପ ନିକଟସ୍ଥ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ପାନବରଜ ଭଙ୍ଗା ଓ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଆଜି ସୁଦ୍ଧା ୭୧୪ ଟି ପାନବରଜ ଭଙ୍ଗା ଯାଇଥିଲା ବେଳେ ସେଥି ମଧ୍ୟରୁ ୬୬୫ ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏଥି ସହିତ ପୋସ୍କୋ କମ୍ପାନୀ ସମୟରେ ପାନବରଜ ଭାଙ୍ଗି ଥିବା ବରଜୀ ମାନଙ୍କୁ ଜେ ଏସ ଡ ବ୍ଲୁ ପକ୍ଷରୁ ଡିସିମିଲ ପିଛା ଅଧିକ ଛ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ଆଜି ସୁଦ୍ଧା ୬୦୯ ଜଣଙ୍କୁ ଏହି ବର୍ଦ୍ଧିତ ଅର୍ଥରାଶି ପ୍ରଦାନ କରାଗଲାଣି। ଅପରପକ୍ଷରେ ପ୍ରସ୍ତାବିତ ଅଞ୍ଚଳରେ ୧୫ କିମି ପ୍ରାଚୀର ନିର୍ମାଣ ପାଇଁ ଲକ୍ଷ୍ୟ ଥିଲା ବେଳେ ଆଜି ସୁଦ୍ଧା ୬ କିମି ୨୪୮ ମିଟର ବ୍ୟବଧାନ ଚିହ୍ନଟ ହୋଇ ସାରିଲାଣି। ଏଥି ମଧ୍ୟରେ ସମସ୍ତ ଯାଗା ଢ଼ିଙ୍କିଆ ପଞ୍ଚାୟତର ପାଟଣା ମାହାଳ ଓ ଢ଼ିଙ୍କିଆ ଓ  ଗୋବିନ୍ଦପୁର ଗାଁର ସୀମା ରହିଛି। ସେଥିରୁ ପ୍ରାୟ ଏକ କିଲୋମିଟରରୁ ଉର୍ଦ୍ଧ ପ୍ରି କାଷ୍ଟ ପ୍ରାଚୀର ନିର୍ମାଣ ଶେଷ ହୋଇ ଗଲାଣି।

 ଏଥି ସହିତ ଜେ ଏସ ଡ ବ୍ଲୁ ପ୍ରକଳ୍ପ ପ୍ରସ୍ତାବିତ ଅଞ୍ଚଳରେ ୭୦ ହଜାର ଗଛ ଚିହ୍ନଟ ପାଇଁ ଲକ୍ଷ୍ୟ ରହିଛି।ସେଥି ମଧ୍ୟରୁ ଆଜି ସୁଦ୍ଧା ୨୦ ହଜାର ପାଞ୍ଚ ଶହ ଗଛ ଚିହ୍ନଟ ହୋଇଥିଲା ବେଳେ ସେଥିରୁ ୮ ହଜାରରୁ ଉର୍ଦ୍ଧ୍ଵ ଗଛ ଗଣତି ସରିଲାଣି। ଏହି ସମସ୍ତ ଗଣତି ଗଛ   ଗୋବିନ୍ଦପୁର ଗାଁର ସ୍ଥାନୀୟ ଲୋକମାନଙ୍କ ହତା ଭିତରେ ରହିଛି। ଏହା ପରେ ଜଙ୍ଗଲ କମିଟିର ଗଛ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଉଦ୍ୟାନ ବିଭାଗ ପକ୍ଷରୁ ଫଳନ୍ତି ଗଛର ବର୍ଦ୍ଧିତ ମୂଲ୍ୟ ଘୋଷଣା କରାଯାଇଥିଲା ବେଳେ ହିତାଧିକାରୀଙ୍କୁ ସେହି ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ।ଗତ କିଛି ଦିନ ହେବ ଢ଼ିଙ୍କିଆ ପଞ୍ଚାୟତରେ ପ୍ରକଳ୍ପକୁ ନେଇ ସ୍ଥାନୀୟ ଢ଼ିଙ୍କିଆ ଗାଁରେ ଏକ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ହେଉଥିବାର ଲକ୍ଷ୍ୟ କରାଯାଉଛି। ସ୍ଥାନୀୟ ଲୋକମାନେ ସେମାନଙ୍କ ବ୍ୟକ୍ତିଗତ ତଥା ଗୋଷ୍ଠିଗତ ଭାବେ ଆସି ଜିଲ୍ଲା ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରୁଛନ୍ତି। ଅପରପକ୍ଷରେ ଗାଁରେ ଶାନ୍ତି ସ୍ଥାପନ ଓ ସ୍ବଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି।

 ଜେ ଏସ ବ୍ଲୁ ପକ୍ଷରୁ କରୋନା ସଚେତନତା ରଥର ଶୁଭାରମ୍ଭ***

ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ଆଜି ଏକ କରୋନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ପାରାଦୀପ ପୋର୍ଟ ଟ୍ରଷ୍ଟ ଚିକିତ୍ସାଳୟର ମୁଖ୍ୟ ଡଃ ପ୍ରହଲ୍ଲାଦ ପଣ୍ଡା ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ଭ୍ରାମ୍ୟମାଣ ସଚେତନତା ରଥଟି ପାରାଦୀପ ସହରାଞ୍ଚଳ ସମେତ ଆଖପାଖ ଅଞ୍ଚଳ ବୁଲି କରୋନା ମହାମାରୀ ସମ୍ପର୍କରେ ସଚେତନ କରାଇବା ସହ ଟୀକାକରଣ ସମ୍ପର୍କରେ ମଧ୍ୟ ସଚେତନ କରାଇବା। ଗାଁ ତଥା ସହର ମାନଙ୍କରେ ଆଶା କର୍ମୀମାନେ ତଥା ସ୍ବାସ୍ଥ୍ୟ ସେବା ଅଧିକାରୀ ମାନେ ଘରକୁ ଘର ବୁଲି ଲୋକଙ୍କୁ କରୋନା ମହାମାରୀ ସମ୍ପର୍କରେ ଓ ଟୀକାକରଣ ସମ୍ପର୍କରେ ବୁଝାଉଥିଲା ବେଳେ ଜେ ଏସ ଡ ବ୍ଲୁ ପକ୍ଷରୁ ଏହି ଭ୍ରାମ୍ୟମାଣ ସଚେତନତା ରଥ ବହୁ ମାତ୍ରାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଜେ ଏସ ଡ ବ୍ଲୁ ର ବରିଷ୍ଠ ଅଧିକାରୀ  ମନୀଷ ଗୁପ୍ତା ଓ ଅଠରବାଙ୍କି ବିଜୁ ମେମୋରିଆଲ ହସପିଟାଲର ମୁଖ୍ୟ ଡଃ ବସନ୍ତ କୁମାର ରାଉତ ଓ କମ୍ପାନୀର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here