By Our Correspondent
BHUBANESWAR: Chandrasekharpur PS Case No.115, dtd.15.03.2025, U/s-109/3(5) BNS r.w 25/27 Arms Act. PO:Near Pump House, Budha Vihar Society, PS- CS Pur, BBSR UPD.
Brief Fact of the Case:
ଅଭିଯୋଗକାରୀ ମାନସ ରଞ୍ଜନ ସ୍ଵାଇଁଙ୍କ ଏତଲା ଆଧାରରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପୀଡିତ ମନୋଜ ସ୍ଵାଇଁ ଅଭିଯୋଗକାରୀଙ୍କ ଭାଇ ହୋଇଥିବା ବେଳେ, ବୁଦ୍ଧ ବିହାର ସୋସାଇଟିର ସଦସ୍ୟ ମଧ୍ୟ । ପୀଡିତ ମନୋଜ ଏବଂ ଅଭିଯୁକ୍ତ ମାନଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗିରହିଥିଲା । ଗତ କାଲି ସନ୍ଧ୍ୟାରେ ମନୋଜ ବୁଦ୍ଧବିହାର ସୋସାଇଟି ପରିସରରେ ଥିବା ପମ୍ପହାଉସ ନିକଟରେ ଭୋଜି ଲାଗି ପ୍ରସ୍ତୁତି ଚଳାଇଥିବା ବେଳେ, ଅଭିଯୁକ୍ତ ବାପି ସ୍ଵାଇଁ, ଗେଡୁ ଓରଫ ହାପି ନାୟକ, ଦିପୁନା ଜେନା ଏବଂ ଅନ୍ୟମାନେ ସେଠାରେ ପହଞ୍ଚି ମନୋଜଙ୍କୁ ନାନା ପ୍ରକାର ଧମକ ଦେବା ସହ ଚେତାବନୀ ମଧ୍ୟ ଦେଇଥିଲେ । ଏହି ଘଟଣାକୁ ନେଇ ସେଠାରେ ଉଭୟ ପକ୍ଷ ମଧ୍ୟରେ ଝଗଡା ହୋଇଥିଲା ।
ପରେ ସନ୍ଧ୍ଯା ୭.୧୫ ସମୟରେ ଅଭିଯୁକ୍ତ ବାପି ସ୍ଵାଇଁ, ଗେଡୁ ଓରଫ ହାପି ନାୟକ, ଦିପୁନା ଜେନା ଏବଂ ଅନ୍ୟମାନେ ହଠାତ ସେଠାରେ ପହଞ୍ଚି ଖଣ୍ଡା ଓ ଲୁହା ଛଡ ସାହାଯ୍ୟରେ ମନୋଜଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ମାନେ ସେଠାରୁ ଖସି ପଳାଇ ଯାଇଥିଲେ । ଏହି ମରଣାନ୍ତକ ଆକ୍ରମଣ ଫଳରେ ପୀଡିତ ମନୋଜ ଗୁରୁତର ଆହତ ହୋଇଥିବା ବେଳେ, ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଅଭିଯୋଗକାରୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ମାମଲାର ତଦନ୍ତ କାଳରେ ମିଳିଥିବା ଏକ ବିଶ୍ଵସ୍ତ ସୂତ୍ରକୁ ଆଧାର କରି ପୁଲିସ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଓଇଆରସି ପଛପାଖରୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ, ଅଭିଯୁକ୍ତଙ୍କ ହେପାଜତରୁ ଏକ ଖଣ୍ଡା ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜର ଅପରାଧ ସ୍ଵୀକାର କରିଥିଲେ ।
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Details of the accused persons:
1.Dillip Barik (29), S/o- Rabindra Barik of Vill- Bhimpura, PS- Sahadebkhunta, Dist-Baleswar, At/pr- Budhavihar, PS- Chandrasekharpur, Dist- Khordha.
2.Manas Kumar Mahapatra (39), S/o- Gandharba Mahaptra of Majhisahi, Daruthenga, PS- Chandaka, Dist- Khordha, At/Pr- Budhavihar, PS- Chandrasekharpur, Dist-Khordha.
3.Dipuna Jena (23), S/o- Sankar Jena of Gokhanpur, PS- Digapahandi, Dist- Ganjam, At/Pr- Panda Park basti, PS- Chandrasekharpur, Dist- Khordha.
4.Happy Nayak (21), S/o- Jiteswar Nayak of Vill- Balipanka, Ps- Mahana, Dist- Gajapati, At/pr- Panda Park basti, PS- Chandrasekharpur, Dist- Khordha.
Article Seized:
1.One Sword.
























