Capital PS Case No- 357, two accused arrested

0
431

By Biswanath Dash
BHUBANESWAR: Capital PS Case No. 357, dtd. 06.06.2023, U/S- 341/323/294/427/307/506/379/34 IPC.PO: At Ashok Nagar, Rangeela Bar, PS- Capital, BBSR UPD.

Gist of the Case:
ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରି କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତ ସୌଭାଗ୍ୟ ରାଉତ ଏବଂ ସଞ୍ଜୟ ଦଳେଇଙ୍କୁ କୋର୍ଟ ଚାଲାଣ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ଗତ ତା ୦୫.୦୬.୨୦୨୩ ରିଖ ରାତିରେ ଅଭିଯୋଗକାରିଣୀଙ୍କ ସ୍ଵାମୀ ମାନସ ଅଶୋକ ନଗର ସ୍ଥିତ ରଙ୍ଗୀଲା ବାର କୁ ଯାଇଥିଲେ । ସେଠାରେ ମାନସଙ୍କୁ ଉପରୋକ୍ତ ଅଭିଯୁକ୍ତ ଏବଂ ସେମାନଙ୍କର ସହଯୋଗୀ ବାଉଁଶର ମାନେ ଗାଳି ଗୁଲଜ କରିବା ସହିତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ପୀଡ଼ିତଙ୍କର କାର ର କାଚ ଭାଙ୍ଗି ଦେବା ସହ ତାଙ୍କର କିଛି ସୁନା ଗହଣା ଏବଂ ମୋବାଇଲ ଫୋନ ଲୁଟ କରି ଘଟଣା ସ୍ଥଳରେ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଛାଡି ଚାଲି ଯାଇଥିଲେ ।


ମାନସଙ୍କର ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କର ସ୍ତ୍ରୀ ଏବଂ ଭାଇ ଘଟଣା ସ୍ଥଳକୁ ଯାଇଥିଲେ ଏବଂ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ କୁ ନେଇଯାଇଥିଲେ । ସେଠାରେ ପୀଡ଼ିତଙ୍କ ଠାରୁ ସମସ୍ତ ଘଟଣା ବିଷୟରେ ଜାଣିବା ପରେ ଅଭିଯୋଗକାରିଣୀ ଏନେଇ ଉପରୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ।


କ୍ୟାପିଟାଲ ଥାନା ପୁଲିସ ମାମଲାର ତଦନ୍ତ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଭୁବନେଶ୍ବର ଅଞ୍ଚଳରୁ ଫେରାର ହେବାପାଇଁ ଚେଷ୍ଟା କରୁଥିବା ବେଳେ ଗୋଟିଏ କାର ସହିତ କାବୁ କରି ନେଇଥିଲେ । ତଦନ୍ତ ବେଳେ ଉପରୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନେ ମିଳିତ ଭାବରେ ମାନସଙ୍କୁ ଆକ୍ରମଣ କରି ଲୁଟ କରିଥିବା ସ୍ଵୀକାର କରିଥିଲେ । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ସହଯୋଗୀ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଚେଷ୍ଠା ଜାରି ରହିଛି।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:
Soubhagya Rout aka Kalu (28), S/o- Udayanath Rout, Vill- Malchhapur, Naharana, PS- Balikuda, Dist- Jagatsinghpur, At/pr- Pubasasan, Uttara, PS- Pipili, Dist- Puri,
Sanjay Dalei aka Omm (32), S/o- Abakash Dalei, Vill- Dhanuharbelari, PS- Balikuda, Dist- Jagatisnghpur, At/pr- Pubusasan, Uttara, PS- Pipili, Dist- Puri.

Seizure:One red Hyundai i20 car bearing regd.no OD-33-B-3434, 2 nos of steel pipes, which were used as a weapon of offence.

LEAVE A REPLY

Please enter your comment!
Please enter your name here