By Our Correspondent
BHUBANESWAR: ରାଜଧାନୀ ଆଇନ ମହାବିଦ୍ୟାଳୟର 3 year LL.B. ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟାର ପରୀକ୍ଷାରେ ଫଳ ନିକଟରେ ବାହାରି ଥିଲା । ଗୋଟିଏ ବ୍ୟାଚରେ 154 ଜଣ ଛାତ୍ରଛାତ୍ରୀ ଫୋଲ ହୋଇଥିଲେ । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା, ଛାତ୍ରଛାତ୍ରୀ କଲେଜରେ ତାଲା ପକାଇ କଲେଜ ବନ୍ଦ କରିଥିଲେ । ପୋଲିସର ବୁଝା ସୁଝା ପରେ ମଧ୍ୟ ଆନ୍ଦୋଳନ ଜାରି ରହିଥିଲା । ଆଜି ରାଜଧାନୀ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ଦାବୀ ଗୁଡିକ ହେଉଛି;
୧- 5 Mark, Grace Mark ପ୍ରଦାନ କରନ୍ତୁ।
୨- ଗୋଟିଏ ସେମିଷ୍ଟାର ପରୀକ୍ଷା ଫଳ ନବାହାରିବା ପର୍ଯ୍ୟନ୍ତ ଆଉ ଏକ ସେମିଷ୍ଟାର ହେବ ନାହିଁ ।
୩- ସମସ୍ତ ପରୀକ୍ଷା ଫଳ ବିଶ୍ୱବିଦ୍ୟାଳୟ website ରେ Published କରାଯାଉ ।
୪- ଯଦି ୟୁନିଭରସିଟି କୌଣସି ନିୟମ ପରିବର୍ତ୍ତନ କରୁଛି ତେବେ ପରୀକ୍ଷା ପୂର୍ବରୁ ତାହା website ରେ ଛାଡ଼ନ୍ତୁ ଏବଂ କଲେଜ ମାନଙ୍କୁ ଅବଗତ କରାନ୍ତୁ ।
୫- ଗୋଟିଏ ସେମିଷ୍ଟାର ପରୀକ୍ଷା ଫଳ ନବାହାରିବା ପର୍ଯ୍ୟନ୍ତ, Re-admission and Form fillup fee ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ କରାଯିବ ନାହିଁ ।
ଆଇନ୍ ଛାତ୍ର ନେତା ପ୍ରକାଶ ଦାସ କହିଛନ୍ତି; ଆମ ଦାବୀ ଗୁଡିକ ଜେନେୟୁନ୍ ଏବଂ ଆଇନ ସମ୍ମତ । ଏହା ଆଇନ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କଥା ତେଣୁ ଏହାକୁ ପୁନର୍ବାର ବିଚାର କରାଯାଉ ଏବଂ Grace Mark ଦିଆଯାଉ । ସୂଚନା ଥାଉକି କୋଭିଡ଼-୧୯ ପାଇଁ କ୍ଲାସ ବାଧା ପ୍ରାପ୍ତ ହୋଇଥିଲା । ଯଦି ଛାତ୍ରଛାତ୍ରୀ ମାନଙ୍କ ଦାବୀ 7 ଦିନ ମଧ୍ୟରେ ପୁରଣ ନହୁଏ ତେବେ କୁଳପତିଙ୍କ ଅଫିସ ସମ୍ମୁଖରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ‘ଆମରଣ ଅନସନ’ ହେବ । ସେଥିପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ କୁଳପତି ଦାୟୀ ରହିବେ ।
ଏହି ଦାବୀ ପତ୍ରର ଏକାକିତା ନକଲ ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓଡ଼ିଶା, ଏବଂ CLC Principal ଙ୍କୁ ସୂଚନା ଓ ବିହିତ ପଦକ୍ଷେପ ଗ୍ରହଣ ପାଇଁ ପ୍ରଦାନ କରାଯାଇଛି ।