Capital Law College Students hold agitation seeking immediate halt of Ukraine War

0
619

By Our Correspondent

BHUBANESWAR: ଆଜି ଭୁବନେଶ୍ୱର ରାଜଧାନୀ ଆଇନ୍ ମହାବିଦ୍ୟାଳୟର ଆଇନ୍ ଛାତ୍ରଛାତ୍ରୀ ବୃନ୍ଦ ଆଇନ୍ ଛାତ୍ର ପ୍ରକାଶ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଟିନ୍ ଠାରେ ଶାନ୍ତିପୂର୍ଣ୍ଣ “ବିକ୍ଷୋଭ” କରିଛନ୍ତି ।

ଆଇନ୍ ଛାତ୍ରଛାତ୍ରୀ ମାନଙ୍କ ଦାବି ଥିଲା (୧) ଉଭୟ ଦେଶ ତୁରନ୍ତ ଯୁଦ୍ଧ ବନ୍ଦ କରନ୍ତୁ (୨) ଆମେ ବିଶ୍ୱରେ ଶାନ୍ତି ଚାହୁଁ ଯୁଦ୍ଧ ନୁହେଁ । (୩) ଉଭୟ ଦେଶ ଆପେକ୍ଷ ଆଲୋଚନା କରି ଏହାର ସମାଧାନ ବାହାର କରନ୍ତୁ । ଆଇନ୍ ଛାତ୍ର ପ୍ରକାଶ ଦାସ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ କହିଛନ୍ତି “ଋଷିଆ ଓ ୟୁକ୍ରେନ୍ ତୁରନ୍ତ ଯୁଦ୍ଧ ବନ୍ଦ କରନ୍ତୁ । ଯୁଦ୍ଧ ସମାଧାନ ର ବାଟ ନୁହେଁ । ଯୁଦ୍ଧ ଦ୍ୱାରା ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ଯେଉଁ ଭାରତୀୟ ଛାତ୍ରଛାତ୍ରୀ ଏବଂ ଲୋକ ମାନେ ଋଷିଆ ଓ ୟୁକ୍ରେନ୍ ରେ ଫସିକି ଅଛନ୍ତି ତାଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ସରକାର ଭାରତ ଫେରାଇ  ଆଣନ୍ତୁ।

ଏହି ଯୁଦ୍ଧ ଦ୍ୱାରା ବିଶ୍ୱ ଅର୍ଥ ନୀତି ଓ ପରିବେଶ ଉପରେ ପ୍ରଭାବ ପଢୁଛି । ଦୁଇ ଦେଶ ଆଲୋଚନା କରି ସମାଧାନ ର ବାଟ ବାହାର କରନ୍ତୁ । ଉଭୟ ଦେଶ ଯୁଦ୍ଧ ବନ୍ଦ କରି ଲୋକ ମାନଙ୍କୁ ଶାନ୍ତି ରେ ବଞ୍ଚିବାକୁ ଦିଅନ୍ତୁ ବୋଲି ପ୍ରକାଶ ଦାସ କହିଛନ୍ତି। ଏହି ବିକ୍ଷୋଭରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସାମିଲ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here