By Our Correspondent
NEW DELHI/BHUBANESWAR: ସାଂସଦ ଅପରାଜିତା ଅନ୍ତର୍ଜାତୀୟ ସ୍ତରରେ Inter-Parliamentary Union (IPU) ରେ ଭାରତ ଭାରତର ପାର୍ଥୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ସ୍ପିକର ଶ୍ରୀ ଓମ ବିର୍ଲାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି l
ଆଗାମୀ ଅକ୍ଟୋବର 9 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ 9 ଦିନିଆ ମଧ୍ୟ୍ୟ ଆଫ୍ରିକା ସ୍ଥିତ ରୱାଣ୍ଡା ରାଜଧାନୀ କିୱାଲି ଗସ୍ତରେ ଯିବେ ସାଂସଦ ଅପରାଜିତା ଷଡ଼ଙ୍ଗୀ l
178 ଦେଶକୁ ନେଇ ଗଠିତ Inter-Parliamentary Union (IPU) ରେ 15 ଜଣିଆ ପରିଚାଳନା ( Executive Body)ପାଇଁ ଗୋଟିଏ ପଦ ଖାଲି ହୋଇଥିବାରୁ ଏହା ପାଇଁ ନିର୍ବାଚନ ହେବାକୁ ଯାଉଛି ଏବଂ ଭାରତ ତରଫରୁ ସାଂସଦ #ଅପରାଜିତା_ଷଡ଼ଙ୍ଗୀ ପାର୍ଥୀ ହୋଇଛନ୍ତି l
ଆଗାମୀ 9 ତାରିଖରୁ 12 ମଧ୍ୟରେ ଏହି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ l 5-ବିଗତ ବହୁ ବର୍ଷ ଧରି ଭାରତ ତରଫରୁ କେହି ଏହି ସମିତିରେ ସଦସ୍ୟ ହୋଇନଥିଲେ .
ଏ ନେଇ ବିଦ୍ଧିବଦ୍ଧ ଭାବେ ନିର୍ଦେଶନାମା ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ତରଫରୁ ଗତକାଲି ବିଳମ୍ବିତ ରାତିରେ ପ୍ରାପ୍ତ ହୋଇଛି lଏ ନେଇ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପିକର ଓମ୍ ବିର୍ଲାଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି l