BIPF-JSS’s Joint Livelihood Training Programme inaugurated at Choudwar in Cuttack

0
397

By Our Correspondent

CHOUDWAR/BHUBANESWAR:  ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଏବଂ ଜନ ଶିକ୍ଷଣ ସଂସ୍ଥାନ, କଟକର ମିଳିତ ସହଭାଗିତାରେ ସ୍ଥାନୀୟ ବାଣିପଦା ପଞ୍ଚାୟତ୍ତର କଲ୍ୟାଣ ମଣ୍ଡପ ଠାରେ ବାଣିପଦା ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ମଙ୍ଗରାଜପୁର ପଞ୍ଚାୟତ୍ତର କିଶୋରୀ ବାଳିକା ମାନଙ୍କର ଜୀବନ ଜୀବିକାରେ ଉନ୍ନତି ପାଇଁ ଫଳ, ପନିପରିବା ପ୍ରକ୍ରିୟାକରଣ ଓ ସଂରକ୍ଷଣ ଏବଂ ହାତ ଏମ୍ବ୍ରୋଡୋରୀ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।

କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଅଶୋକ ବେହେରା ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜନ ଶିକ୍ଷଣ ସଂସ୍ଥାନ, କଟକର ନିର୍ଦେଶିକା ଅନିମା ଦାଶ ଯୋଗ ଦେଇ ଥିଲେ ଅନ୍ୟ ମାନଙ୍କ ମାନଙ୍କ ମଧ୍ୟରେ ଇମ୍ଫାର ଡି.ଜି.ଏମ. ଶ୍ରୀ ଧୃବ ଚରଣ ରାଉତ, ଲୋକ ସମ୍ପର୍କ ବିଭାଗ, ଇମ୍ଫାର ସିନିୟର ମ୍ୟାନେଜର ଶ୍ରୀ ମାନସ ରଞ୍ଜନ ପ୍ରଧାନ, ସାମାଜିକ ଦାୟିତ୍ଵ ବୋଧ, ଆକ୍ସନଏଡର ଜିଲ୍ଲା ପ୍ରତିନିଧି ଶ୍ରୀମତୀ ନିବେଦିତା ପାଣିଗ୍ରାହୀ, ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବୁଦ୍ଧିଜୀବି ତଥା ସମାଜସେବୀ ଶ୍ରୀ ଲକ୍ଷ୍ମଣ ରାଉତ ଯୋଗ ଦେଇ ଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୭୦ରୁ ଊର୍ଦ୍ଧ୍ଵ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କିଶୋରୀ ବାଳିକା ଭାଗ ନେଇଥିଲେ । ପ୍ରାରମ୍ଭରେ ଫାଉଣ୍ଡେସନ ଅଧିକାରୀ ଶ୍ରୀ ଆଶିଷ ଦାସ ସ୍ଵାଗତ ଭାଷଣ ଦେଇଥିଲେ। ଶ୍ରୀ ଅଶୋକ ବେହେରା, ଭାଇସ ପ୍ରେସିଡେଣ୍ଟ, ବି.ଆଇ.ପି.ଏଫ. ନିଜ ଅଭିଭାଷଣରେ ସହଭାଗୀତା ମାଧ୍ୟମରେ ତୃଣମୂଳ ସ୍ତରରେ ସରକାରଙ୍କ ବିଭିନ୍ନ ପ୍ରକାରର ଯୋଜନାର ସଫଳ ରୂପାୟନ ହୋଇପାରିବ କହିବା ସହିତ ଫାଉଣ୍ଡେସନ ତରଫରୁ ଏହି ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୁଚାଇ ଥିଲେ। ଅନ୍ୟତମ ଅତିଥି ଜନ ଶିକ୍ଷଣ ସଂସ୍ଥାନ, କଟକର ନିର୍ଦେଶିକା ଅନିମା ଦାସ ନିଜ ବକ୍ତ୍ୟବରେ ଜନ ଶିକ୍ଷଣ ସଂସ୍ଥାନ ବିଷୟରେ ସୂଚାଇବା ସହିତ ଏହା କେଉଁ ଭଳି ଭାବରେ ମହିଳା ମାନଙ୍କୁ ଅର୍ଥନୈତିକ ସ୍ତରରେ ସଶକ୍ତ କରିପାରିଛି କହିଥିଲେ । ବି.ଆଇ.ପି.ଏଫ ସହଭାଗିତାରେ ହେଉଥିବା ଫଳ , ପନିପରିବା ପ୍ରକ୍ରିୟାକରଣ ଓ ସଂରକ୍ଷଣ ଏବଂ ହାତ ଏମ୍ବ୍ରୋଡୋରୀ ତାଲିମ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହିତ ଏହା ଫଳରେ କିଶୋରୀ ଓ ମହିଳା ମାନଙ୍କର ଦକ୍ଷତା ବୃଦ୍ଧି ହେବା ସହ ଘରେ ବସି ରୋଜଗାର କରିପାରିବେ ବୋଲି କହିଥିଲେ ।

ଇମ୍ଫାର ଡି.ଜି.ଏମ. ଶ୍ରୀ ଧୃବ ଚରଣ ରାଉତ, ଲୋକ ସମ୍ପର୍କ ବିଭାଗ ନିଜ ବ୍ୟକ୍ତବ୍ୟରେ ଅଞ୍ଚଳରେ ଫାଉଣ୍ଡେସନ ଦ୍ଵାରା ନିଆଯାଇଥିବା ବିଭିନ୍ନ ଲୋକାଭିମୁଖୀ ପଦକ୍ଷେପ ବିଷୟରେ କହିବା ସହିତ ଏହି ଭଳି ବିଭିନ୍ନ ପ୍ରକାରର ତାଲିମ ଦ୍ଵାରା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କିଶୋରୀ ବାଳିକା ବଳକା ସମୟର ସଦୁପୋଯୋଗ କରିବା ସ୍ବାବଲମ୍ବୀ ହୋଇପାରିବେ କହିଥିଲେ । ଆକ୍ସନଏଡର ଜିଲ୍ଲା ପ୍ରତିନିଧି ଶ୍ରୀମତୀ ନିବେଦିତା ପାଣିଗ୍ରାହୀ ନିଜ ବକ୍ତ୍ୟବରେ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏହା ଅଞ୍ଚଳରେ ରୋଜଗାରର ନୂତନ ବାଟ ଦେଖାଇବ ବୋଲି କହିଥିଲେ । ଇମ୍ଫାର ସିନିୟର ମ୍ୟାନେଜର ଶ୍ରୀ ମାନସ ରଞ୍ଜନ ପ୍ରଧାନ ବାରମ୍ବାର ତାଲିମ ଦ୍ଵାରା ମହିଳା ମାନେ ଭଲ ଭାବରେ ନିଜ ଦକ୍ଷତା ବୃଦ୍ଧି କରିପାରିବେ ବୋଲି କହିଥିଲେ ।

ଅଞ୍ଚଳର ବିଶିଷ୍ଟ ବୁଦ୍ଧିଜୀବି ତଥା ସମାଜସେବୀ ଶ୍ରୀ ଲକ୍ଷ୍ମଣ ରାଉତ ନିଜ ଅଭିଭାଷଣରେ ଫାଉଣ୍ଡେସନର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ପଞ୍ଚାୟତ୍ତ ତରଫରୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନ, କଟକର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୌମେନ୍ଦ୍ର କୁମାର ରାୟ, ରିସୋର୍ସ ପର୍ଶନ ସଂଗୀତା ମହାନ୍ତି ଓ ଫାଉଣ୍ଡେସନର ଅଧିକାରୀ ସୁଶ୍ରୀ ଶୁଭଶ୍ରୀ ନାୟକ, ସୁଶ୍ରୀ ବର୍ଷାରାଣୀ ବାରିକ ଓ ଅନିଲ କୁମାର ମହାରଣା ପରିଚାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here