BIPF –ICDS hosts Rally and Campaign against Child Marriage at Tangi-Choudwar in Cuttack

0
518

By Our Correspondent

CUTTACK/BHUBANESWAR:  ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଓ ଜିଲ୍ଲା ପ୍ରଶାସନ ଏବଂ ଆଇ.ସି.ଡି.ଏସ ଅଫିସ, ଟାଙ୍ଗୀ ଚୌଦ୍ଵାର ବ୍ଲକ ସହଯୋଗରେ ସ୍ଥାନୀୟ କରଞ୍ଜି ପଞ୍ଚାୟତ୍ତର ବଡ କୁସୁନପୁର ଗ୍ରାମରେ ଅକ୍ଷୟ ତୃତୀୟା ଉପଲକ୍ଷେ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ଏକ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟାଙ୍ଗୀ ଚୌଦ୍ଵାର ବ୍ଲକର ସି.ଡି.ପି.ଓ ଶ୍ରୀମତୀ ମନୋରମା ସ୍ଵାଇଁ ଏବଂ କରଞ୍ଜି ପଞ୍ଚାୟତ୍ତର ସରପଞ୍ଚ ଶ୍ରୀ ମହେଶ୍ଵର ମହାନ୍ତ ଓ ଆଇ.ସି.ଡି.ଏସ. ସୁପରଭାଇଜର ଶ୍ରୀମତୀ ମଞ୍ଜୁଶ୍ରୀ ଦାସ, ସାମାଜିକ କର୍ମୀ ଶ୍ରୀମତୀ ସୁଭାସିନୀ ସ୍ଵାଇଁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅଞ୍ଚଳର ଅଙ୍ଗନବାଡି କର୍ମୀ, ଆଶା କର୍ମୀ ମାନଙ୍କ ସମେତ ୧୦୦ ରୁ ଊର୍ଦ୍ଧ୍ଵ କିଶୋରୀ ବାଳିକା, ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା, ଅଭିଭାବକ, ପୁରୋହିତ, ବାଲ୍ୟ ବିବାହ ଟାସ୍କ ଫୋର୍ସର ସଦସ୍ୟ ମାନେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ଅଞ୍ଚଳରେ ଏକ ପଦଯାତ୍ରାର ଆୟୋଜନ କରାଯାଇ ଥିଲା । ସମସ୍ତ ଅଂଶଗ୍ରହଣକାରୀ ଗାଁ ପରିକ୍ରମା କରି ବାଲ୍ୟ ବିବାହର କୁପରିଣାମ ଓ ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେବା ସହିତ ଲୋକଙ୍କୁ ବୁଝାଇ ଥିଲେ। ପଦଯାତ୍ରା ପରେ ଆୟୋଜିତ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧିକାରୀ ଆଶିଷ ଦାସ ସମସ୍ତ ଅତିଥିଙ୍କୁ ସ୍ଵାଗତ କରିଥିବା ବେଳେ ସି.ଡି.ପି.ଓ ଶ୍ରୀମତୀ ମନୋରମା ସ୍ଵାଇଁ ଏବଂ କରଞ୍ଜି ପଞ୍ଚାୟତ୍ତର ସରପଞ୍ଚ ଶ୍ରୀ ମହେଶ୍ଵର ମହାନ୍ତ ପ୍ରଦୀପ ଜାଳି କାର୍ଯ୍ୟକ୍ରମକୁ ଉଦ୍ଦଘାଟନ କରିଥିଲେ। ପରେ ନିଜ ଅଭିଭାଷଣରେ ସି.ଡି.ପି.ଓ ଶ୍ରୀମତୀ ସ୍ଵାଇଁ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ବି.ଆଇ.ପି.ଏଫ ଓ ଆଇ.ସି.ଡି.ଏସ ଦ୍ଵାର ଆୟୋଜନ କରାଯାଇ ଥିବା କାର୍ଯ୍ୟକ୍ରମ ବିଷୟରେ ବୁଝାଇବ ସହିତ ଏହାକୁ ବନ୍ଦ କରିବା ପାଇଁ ସରକାରଙ୍କ ଦ୍ଵାରା ନିଆଯାଇଥିବା ବିଭିନ୍ନ ଉଦ୍ୟମ ସମ୍ପର୍କରେ କହିଥିଲେ ।

ବାଲ୍ୟ ବିବାହର କାରଣ, କୁପ୍ରଭାବ ଉପରେ ଆଲୋଚନା କରିବା ସହିତ ଏହାକୁ ବନ୍ଦ କରିବା ପାଇଁ ଅଭିଭାବକଙ୍କଠୁ ଆରମ୍ଭ କରି ସମାଜର ପ୍ରତ୍ଯେକ ବ୍ୟକ୍ତି ଦାୟିତ୍ଵ ନେଲେହିଁ ସମ୍ଭବ ହୋଇପାରିବ ବୋଲି କହିବା ସହିତ ସରକାରଙ୍କ ଅଦ୍ଵିକା କାର୍ଯ୍ୟକ୍ରମ ଓ ବି.ଆଇ.ପି.ଏଫର କନ୍ୟା ଏକ୍ସପ୍ରେସ କାର୍ଯ୍ୟକ୍ରମ ଦ୍ଵାରା ଅଞ୍ଚଳରେ ଏହା ଉପରେ ସଚେତନତା ସୃଷ୍ଟି ହୋଇ ପାରିବ ବୋଲି କହିଥିଲେ ।

 ସରପଞ୍ଚ ଶ୍ରୀ ମହେଶ୍ଵର ମହାନ୍ତ ଆୟୋଜକଙ୍କୁ ଏଭଳି କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେବା ସହିତ ସମସ୍ତେ ସକ୍ରିୟତା ଦେଖାଇଲେହିଁ ବାଲ୍ୟବିବାହ ବନ୍ଦ ହୋଇ ପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଅଙ୍ଗନବାଡି କର୍ମୀ ଶ୍ରୀମତୀ ଅଚଳା ସାହୁ, ଶ୍ରୀମତୀ ମିନତୀ ହାତୀ ଓ କୁନି ବେହେରା ଏବଂ ଫାଉଣ୍ଡେସନର ଅଧିକାରୀ ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର, ସୁଶ୍ରୀ ଅର୍ଚ୍ଚନା ଜେନା, ସୁଶ୍ରୀ ଶୁଭଶ୍ରୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here