BIPF holds Foundation Day Function in Chaudwar

0
483

By Our Correspondent

BHUBANESWAR: ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ସ୍ଥାନୀୟ ବାଣୀପଦା ସ୍ଥିତ କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୧୦୦ରୁ ଊର୍ଦ୍ଧ୍ଵ ମହିଳା, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସି.ଆର.ପି, ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଞ୍ଚଳର ବୁଦ୍ଧିଜୀବୀ ଶ୍ରୀ ଲକ୍ଷ୍ମଣ ରାଉତ, ସମିତି ସଭ୍ଯ ସୁରେନ୍ଦ୍ର ସାମଲ ଯୋଗ ଦେଇଥିବା ବେଳେ, ଇମ୍ଫା ତରଫରୁ ଶ୍ରୀ ଜି.ଏସ.ପି. ରାଓ, ଡି.ଜି.ଏମ.ଓ ଶ୍ରୀ ମାନସ ରଞ୍ଜନ ପ୍ରଧାନ, ସିନିୟର ମ୍ୟାନେଜର ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଫାଉଣ୍ଡେସନର ସିନିୟର ପ୍ରୋଗ୍ରାମ ଅଫିସର ଶ୍ରୀ ଆଶିଷ ଦାସ ସ୍ଵାଗତ ଭାଷଣ ଦେଇ ଆରମ୍ଭ ହେବା ଦିନରୁ ବି.ଆଇ.ପି.ଏଫ. କିପରି ଓଡିଶାର ବିଭିନ୍ନ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ନାରୀ ସଶକ୍ତୀକରଣ, ଦକ୍ଷତା ବୃଦ୍ଧି, ଜଳ ପରିମଳ ଇତ୍ୟାଦି ଲୋକାଭିମୁଖୀ କାମସବୁ କରି ଲୋକମାନଙ୍କ ଜୀବନର ମାନରେ ଉନ୍ନତି ଆଣିପାରିଛି କହିଥିଲେ । ଶ୍ରୀ ଜି.ଏସ.ପି. ରାଓ, ଡି.ଜି.ଏମ. ଇମ୍ଫା ନିଜ ଭାଷଣରେ ଇମ୍ଫାର ପ୍ରତିଷ୍ଠାତା ଡକ୍ଟର ବଂଶୀଧର ପଣ୍ଡା ଓ ଶ୍ରୀମତୀ ଇଲା ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହିତ ବର୍ତମାନ ସମୟରେ ଫାଉଣ୍ଡେସନ ମାଧ୍ୟମରେ ସିଧାସଳଖ ଭାବେ ୪୫୦ ପରିବାର ସହିତ ବିଭିନ୍ନ ପ୍ରକାରର ଉନ୍ନତି ମୂଳକ କାମ କରାଯାଉଛି ବୋଲି କହି ଥିଲେ । ଚୌଦ୍ବାର ଅଞ୍ଚଳରେ ଆଜି ସୁଧା ବି.ଆଇ.ପି.ଏଫ. ୧୪ଟି ପଞ୍ଚାୟତ୍ତର ୭୨ରୁ ଊର୍ଦ୍ଧ୍ଵ ଗ୍ରାମରେ ଲୋକଙ୍କ ପାଖରେ ପହଞ୍ଚି ପାରିଥିବା କହିଥିଲେ । 

ଶ୍ରୀ ମାନସ ରଞ୍ଜନ ପ୍ରଧାନ, ସିନିୟର ମ୍ୟାନେଜର, ଇମ୍ଫା ନିଜ ଭାଷଣରେ ଫାଉଣ୍ଡେସନ କାର୍ଯ୍ୟକ୍ରମ ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ଲୋକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରାଯାଉଥିବା କଥା କହିଥିଲେ ।  ଶ୍ରୀ ଲକ୍ଷ୍ମଣ ରାଉତ ନିଜ ଅଭିଭାଷଣରେ ବି.ଆଇ.ପି.ଏଫର ବିଭିନ୍ନ ଜୀବନ ଜୀବିକା ତଥା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଦ୍ଵାରା ଲୋକଙ୍କ ଜୀବନରେ କିପରି ପରିବର୍ତ୍ତନ ଆସି ପାରିଛି ବୁଝାଇବ ସହିତ, ଅଞ୍ଚଳରେ ଉନ୍ନତି ମୂଳକ କାମ ପାଇଁ ଫାଉଣ୍ଡେସଙ୍କୁ ଧନ୍ୟବାଦ ଦେଇ ଥିଲେ ।

ସମିତି ସଭ୍ୟ ସୁରେନ୍ଦ୍ର ସାମଲ ନିଜ ଭାଷଣରେ ବି.ଆଇ.ପି.ଏଫକୁ ଧନ୍ୟବାଦ ଦେବା ସହିତ ସମସ୍ତପ୍ରକାରର ସହଯୋଗ କରାଯିବ ବୋଲି କହିଥିଲେ । ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗୀତା, କୁଇଜ କମପିଟିସନ ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ଅଧିକାରୀ ଆଶିଷ ଦାସ, ଶୁଭଶ୍ରୀ ନାୟକ, ଓ ଚନ୍ଦ୍ରଶେଖର ମହାପାତ୍ର, ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here