By Our Correspondent
PARADIP/BHUBANESWAR: ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ବାୟୋ କମ୍ପୋଷ୍ଟ ମେସିନ୍ ସ୍ଥାପନ କରାଯାଇଛି। ଏହି ମେସିନ୍ ସ୍ଥାପନ ହେବା ପରେ କାର୍ଯ୍ୟାଳୟ ତଥା ଅତିଥି ଭବନରୁ ବାହାରୁଥିବା ସମସ୍ତ ବର୍ଜ୍ୟ ବସ୍ତୁ ଏଠାରେ ସଂଗ୍ରହ କରାଯିବ । ପନିପରିବା ଚୋପା ଠାରୁ ଆରମ୍ଭ କରି ବଳକା ଖାଦ୍ୟ ପଦାର୍ଥ ପର୍ଯ୍ୟନ୍ତ ଏହି ମେସିନ୍ ପ୍ରକ୍ରିୟାକରଣ କରାଯାଇ ୧୫ ଦିନ ବ୍ୟବଧାନରେ ଜୈବିକ ଖତ ସାର ପ୍ରସ୍ତୁତ ହେବ। ଏହା ଦ୍ବାରା ପରିବେଶ ପ୍ରଦୂଷଣର ରୋକାଯାଇ ପାରିବା ସହିତ ଉଦ୍ୟାନ କୃଷିରେ ଏହି ଜୈବିକ ଖତ ସାର ପ୍ରୟୋଗ କରାଯାଇ ପାରିବ। ଏହା ପରୋକ୍ଷରେ ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ସହାୟକ ହେବ।
ଏହି ବାୟୋ କମ୍ପୋଷ୍ଟ ମେସିନ୍ ରେ ଦୈନିକ ପଚାଶ କିଲୋଗ୍ରାମରୁ ୧୫ ଦିନ ମଧ୍ୟରେ ୭୫୦ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ଵର୍ଯ୍ୟବସ୍ଥୁ ପଡ଼ି ପାରିବ।ଏହା ସ୍ବୟଂ ଚାଳିତ ହୋଇଥିଲା ବେଳେ ଏଥିରେ ସ୍ବଳ୍ପ ବିଦ୍ୟୁତ ଖର୍ଚ୍ଚ ହେବ। ଏହି ମେସିନ୍ ସ୍ଥାପନ ହେବା ପରେ ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟ ପରିସରରେ ଏକ ସୁନ୍ଦର ଓ ପ୍ରଦୂଷଣ ମୂକ୍ତ ବାତାବରଣ ସୃଷ୍ଟି ହେବା ସହିତ ସଚେତନତା ବୃଦ୍ଧି ପାଇଛି।
ଏହି ବାୟୋ କମ୍ପୋଷ୍ଟ ମେସିନ୍ ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଜେ ଏସ ଡ ବ୍ଲୁ ର ବରିଷ୍ଠ ଅଧିକାରୀ ଲେଫଟନାଣ୍ଟ କର୍ଣ୍ଣେଲ ଦାବିନ୍ଦର ସାଙ୍ଗା, କେ ସି ଶ୍ରୀବାସ୍ତବ, ବିଭୁପ୍ରଦ ନନ୍ଦ, ରିତେଶ ଗୁପ୍ତା, ଅକ୍ଷୟ ପତି, ପ୍ରସନ୍ନଜିତ ରାଏ, ପ୍ରଶାନ୍ତ ପାଟିଲ, ରାଜକିଶୋର ନାଲା, ସରୋଜିନୀ ଜେନା, ଉଦୟ ସାହୁ ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ସୁରକ୍ଷା କର୍ମୀ ମାନେ ଉପସ୍ଥିତ ଥିଲେ।

























