Bidya Bharati Sikshya Bikash Samiti general meeting held in Cutack

0
490

By Our Correspondent

CUTTACK: କଟକ:ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାର ସାଧାରଣ ସଭା ଶିକ୍ଷାବର୍ଷ ୨୦୨୨-୨୩ ନିମନ୍ତେ ସରସ୍ବତୀ ବିଦ୍ଯାମନ୍ଦିର କେଶବଧାମ୍ ,କଟକଠାରେ ଅନୁଷ୍ଠିତ ହୋଇ ଯାଇଅଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବ କ୍ଷେତ୍ର କାର୍ଯ୍ୟବାହ ମାନନୀୟ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମାଜ ପାଇଁ ପଥ ନିର୍ମାଣକାରୀ ବୋଲି ଅଭିହିତ କରିବା ସହିତ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ‘ସ୍ବ’ (ସ୍ବାଭିମାନ)କୁ ଜାଗ୍ରତ କରାଇବା ପାଇଁ ଆହ୍ବାନ ଦେଇଥିଲେ ।

ଶିକ୍ଷା ବିକାଶ ସମିତିର ସଭାପତି ଡଃ କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବିଦ୍ଯାଭାରତୀ ପୂର୍ବ କ୍ଷେତ୍ର ସଭାପତି ଡଃ ଲକ୍ଷ୍ମୀକାନ୍ତ ମହାରଣା ଓ ଶିକ୍ଷା ବିକାଶ ସମିତିର ସମ୍ପାଦକ ଶ୍ରୀଯୁକ୍ତ କମଳାକାନ୍ତ ମିଶ୍ର ଅତିଥି ଭାବରେ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ ପ୍ରଦୀପ କୁମାର ସାହୁ ଦିବଂଗତ ସଂଗଠନର କାର୍ଯ୍ୟକର୍ତ୍ତା,ବୀର ସହିଦ ଓ ସମାଜର ବିଶିଷ୍ଟ ବ୍ୟକ୍ତି ମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ ଆଗତ କରିବା ସହିତ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ।

ଶିକ୍ଷା ବିକାଶ ସମିତିର ଯୁଗ୍ମ ସମ୍ପାଦକ ଡଃ ତରୁଲତା ଦେବୀ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ରଖିଥିବା ବେଳେ ଶ୍ରୀଯୁକ୍ତ ଉମେଶ ଦାଶ କ୍ଷେତ୍ରୀୟ ଓ ପ୍ରାଦେଶିକ କାର୍ଯ୍ୟ କର୍ତ୍ତା ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

ଶିକ୍ଷା ବିକାଶ ସମିତି ଓଡ଼ିଶାର ସଂଗଠନ ମନ୍ତ୍ରୀ ଶ୍ରୀମାନ୍ ରମାକାନ୍ତ ମହାନ୍ତ ସାଧାରଣ ସଭାର ପ୍ରସ୍ତାବନା ଉପସ୍ଥାପନ କରିବା ସମୟରେ ପର୍ଯ୍ଯାବରଣ,ସ୍ବଛତା,ପ୍ରାଶାସନିକ ରୂପରେଖ,ଭୂମି ଭବନ,ପୋଷ୍ଯଗ୍ରାମ,ପୂର୍ବଛାତ୍ର,କୁଟୁମ୍ବ ପ୍ରବନ୍ଧନ,ଏକଲ ବିଦ୍ୟାଳୟ, ଚାରି ଆୟାମର କାର୍ଯ୍ୟ ବିଶେଷ ଭାବରେ ବିଦ୍ୟାଳୟନ୍ମୁଖି ଓ ସମାଜନ୍ମୁଖି କାର୍ଯ୍ୟକ୍ରମର ବିସ୍ତାର ପାଇଁ ଆଲୋକପାତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ପ୍ରଚାରକ ତଥା ପୂର୍ବ କ୍ଷେତ୍ରର ପ୍ରାକ୍ତନ ସଂଗଠନ ମନ୍ତ୍ରୀ ମାନନୀୟ ବିଜୟ ଗଣେଶ କୁଲକର୍ଣୀ ଓ ବର୍ତ୍ତମାନର ସଂଗଠନ ମନ୍ତ୍ରୀ ଦିବାକର ଘୋଷ ଜୀ ଉପସ୍ଥିତ ରହିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୧୬ଟି ସଂକୁଳର ସଂଯୋଜକ,ପ୍ରମୁଖ, ସମସ୍ତ ଜିଲ୍ଲାର ପ୍ରମୁଖ, ସହପ୍ରମୁଖ,୯ଟି ସମ୍ଭାଗର କାର୍ଯ୍ୟକର୍ତ୍ତା ମୋଟ୍ ୩୦୦ ସଂଖ୍ୟା ରେ ଯୋଗଦାନ କରିଛନ୍ତି । ଆସନ୍ତା ତା୨୪/୦୪/୨୨ରିଖ ରବିବାର ମଧ୍ୟାହ୍ନରେ ସମାରୋପ ସମାରୋହ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here