By Biswanath Dash
BHUBANESWAR: ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରଶାନ୍ତ କୁମାର ମହାନ୍ତି (ପପୁ) ମେମୋରିଆଲ୍ ଟେନିସ୍ବଲ୍ ଦିନିକିଆ କ୍ରିକେଟ୍ ବିଜେବି କଲେଜ୍ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି | ଦୁଇଟି ମହିଳା ଦଳ, ଦୁଇଟି ସମ୍ପାଦକ ଏକାଦଶ ଦଳ ଓ ୪ଟି ପୁରୁଷ ଦଳରେ ବିଭକ୍ତ କରାଯାଇ ଖେଳ କରାଯାଇଥିଲା ।
ମହିଳାଙ୍କ ଖେଳରେ ପିଙ୍କ ବ୍ଲୁ ଚମ୍ପିୟାନ ହୋଇଥିବା ବେଳେ ପିଙ୍କ୍ ବ୍ଲାକ୍ ରନର୍ସ ହୋଇଥିଲେ। ଏଥିରେ ଏଥିରେ ଦିପ୍ତି ପଣ୍ଡା ବେଷ୍ଟ ବୋଲର ହୋଇଥିବା ବେଳେ ଅନୁପମା ମହାନ୍ତି ବେଷ୍ଟ୍ ବ୍ୟାଟ୍ସମ୍ୟାନ୍ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ସେହିପରି ପୁରୁଷ ଦଳରେ ଗ୍ରୀନ୍ ଟିମ୍ ବିଜୟ ହୋଇଥିବା ବେଳେ ଏଲୋ ଟିମ୍ ରନର୍ସ ହୋଇଥିଲ।
ଏଥିରେ ରୋନିତ ମହାନ୍ତି ମ୍ୟାନ୍ ଅଫ୍ ଦି ସିରିଜ୍, ବିଶ୍ବ ରଞ୍ଜନ ସାହୁ ବେଷ୍ଟ ଫିଲଡ଼୍ରଭାବେ, ସୁଜିତାବ ସାମଲ ବେଷ୍ଟ୍ ବ୍ୟାଟ୍ସମ୍ୟାନ୍ ଓ ରାଜେନ୍ଦ୍ର ଦାସ ବେଷ୍ଟ ବୋଲର ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ପେଶାଲ ଭିଜିଲାନ୍ସ ଜର୍ଜ ସତ୍ୟ ନାରାୟଣ ଷଡ଼ଙ୍ଗୀ ଯୋଗଦେଇ ଖେଳକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ବିଧାୟକ ସୁରେଶ କୁମାର ରାଉତରାୟ ଓ ସୁଶାନ୍ତ କୁମାର ରାଉତ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
ଉପସ୍ଥିତ ଅତିଥିମାନଙ୍କ ଗହଣରେ ଖେଳ ସମାପ୍ତ ହେବାପରେ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ପୁରସ୍କାର ଓ ବିଜୟୀ ଦଳକୁ ପ୍ରଶାନ୍ତ ମହାନ୍ତି ମେମୋରିଆଲ୍ ଟ୍ରଫି ଓ ମେଡ଼ାଲ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ସଂଘ ସଭାପତି ରବି ନାରାୟଣ ସାମନ୍ତରାୟ, ସଂଘର ସମ୍ପାଦକ ରାଜ କିଶୋର ଦାସ, ଉପସଭାପତି ଅଭିମନ୍ୟୁ ସ୍ବାଇଁ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଦିବାକର ମିଶ୍ର, ସହ ସମ୍ପାଦକ ରାଜେନ୍ଦ୍ର ଦାସ, ବରିଷ୍ଠ ଆଇନଜୀବୀ ସନ୍ତୋଷ ଚୌଧୁରୀ, ଶୀଳଭଦ୍ର ଶାତ୍ସୀ, ଦେବୀଦତ୍ତ ବାରିକ, ପ୍ରଶାନ୍ତ ସାହୁ, ଅକ୍ଷୟ ସାହୁ ସମେତ ସଂଘର କର୍ମକର୍ତା ଓ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ । ବିଜେବି ଖେଳ ପଡ଼ିଆକୁ ଏକ ଘାସ ଯୁକ୍ତ ଖେଳ ଉପୋଯୋଗୀ ଖେଳ ପଡ଼ିଆ କରିବାକୁ ସଂଘ ପକ୍ଷରୁ ଦୁଇ ବିଧାୟକଙ୍କୁ ଦାବି କରାଯାଇଥିଲା।