Bharatpur PS case No-480, accused arrested

0
360
Ganesh aka Rahul Rout (31), S/O- Somanath Rout of Maa Tarini Basti, Biju Adarsh Colony, PS- Bharatpur, Bhubaneswar UPD

By Biswanath Dash

BHUBANESWAR:  Bharatpur PS case No-480, Dtd.31.10.2023, U/S- 341/323/294/325/307/427/452/ 506/34 IPC.PO: Biju Adarsh Colony, PS- Bharatpur, Bhubaneswar UPD.

Gist of the Case:

ଭରତପୁର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସଂଗ୍ରାମ ସିଂହଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଏବଂ ନିମ୍ନୋକ୍ତ ଅଭିଯୁକ୍ତ ଉଭୟ ଭରତପୁର ଥାନା ଅନ୍ତର୍ଗତ ବିଜୁ ଆଦର୍ଶ କଲୋନୀରେ ପାଖାପାଖି ରୁହନ୍ତି । ଅଭିଯୋଗକାରୀ ଜଣକ ତାଙ୍କ ଗାଡିଗୁଡିକୁ ରାସ୍ତା ଉପରେ ପାର୍କିଂ କରୁଥିବାରୁ ଅଭିଯୁକ୍ତଙ୍କର ଯିବାଆସିବାରେ ଅସୁବିଧା ଉପୁଜୁ ଥିଲା । ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଗତ ତା.୧୭.୧୦.୨୦୨୩ ରିଖ ସକାଳେ ଅଭିଯୋଗକାରୀ ଜଣକ ଏକ ସ୍କର୍ପିଓ କାର ଆଣି ଅଭିଯୁକ୍ତଙ୍କ ଘର ସମୁଖରେ ପାର୍କିଂ କରି ନିଜ ଘର ଭିତରକୁ ଯାଇଥିଲେ ।

ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀ ଅଭଯୋଗକାରୀଙ୍କ ଘର ସମୁଖକୁ ଆସି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଘର ଆଗରେ ପୁନର୍ବାର ଗାଡି ରଖିଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଅଭିଯୋଗକାରୀ ଜଣକ ସେମାନଙ୍କୁ ବିରୋଧ କରିବାରୁ ଉଭୟ ଅଭିଯୁକ୍ତ ତାଙ୍କୁ ଏକ ଗଦା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ଫଳରେ ଅଭିଯୋଗକାରୀ ଜଣକ ଗୁରୁତର ଆହତ ହୋଇ ସଂଜ୍ଞାହୀନ ଅବସ୍ଥାରେ ତଳେ ପଡ଼ିଯାଇଥିଲେ ।

ପରେ ଉଭୟ ଅଭିଯୁକ୍ତ ଅଭିଯୋଗକାରୀଙ୍କ ଘରେ ପଶି ଝରକା କାଚ ଏବଂ ଏସିକୁ ବାଡ଼େଇ ଭଙ୍ଗିବା ସହିତ ଘର ବାହାରେ ରଖାଯାଇଥିବା ଗାଡି ସବୁକୁ ବାଡ଼େଇ ଭାଙ୍ଗି ଦେଇଥିଲେ । ପିସିଆର ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚିବା ଦେଖି ଉଭୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଖସି ପଳାଇଯାଇଥିଲେ । ଗୁରୁତର ଆହତ ଅଭିଯୋଗକାରୀଙ୍କୁ ୧୦୮ ଅମ୍ବୁଲାନ୍ସ ଯୋଗେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାର ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Ganesh aka Rahul Rout (31), S/O- Somanath Rout of Maa Tarini Basti, Biju Adarsh Colony, PS- Bharatpur, Bhubaneswar UPD.

Article Seized: One AC & three vehicles with damage condition.

LEAVE A REPLY

Please enter your comment!
Please enter your name here