Bharatpur PS Case No- 285, accused arrested

0
474

By Biswanath Dash

BHUBANESWAR:  Bharatpur PS Case No- 285, dtd. 25.06.2023, U/S- 341/323/354-B/354-D/506/307 IPC.

Gist of the Case:

ଭରତପୁର ଥାନା ପୁଲିସ ଅଭିଯୋଗକାରିଣୀ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତ ।ସୂଚନାଯୋଗ୍ୟ ଯେ, ଗତ ତା ୨୫.୦୬.୨୦୨୩ ରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ମାର୍କେଟରୁ କିଛି ସାମଗ୍ରୀ ଆଣିବା ପାଇଁ ହସ୍ଟେଲ ବାହାରକୁ ଆସିଥିଲେ । ରାସ୍ତାରେ ନିମ୍ନୋକ୍ତ ଅଭିଯୁକ୍ତ ଗୋଟିଏ ସ୍କୁଟିରେ ଆସିଥିଲେ ଏବଂ ଅଭିଯୋଗକରିଣୀଙ୍କୁ ଅଟକାଇ ଗୋଟିଏ ଠିକଣା ପଚାରି ବୁଝିଥିଲେ।

ଅଭିଯୋଗକରିଣୀଙ୍କୁ ଠିକଣା ଜଣା ନଥିବାରୁ ସେ ନିମ୍ନୋକ୍ତ ଅଭିଯୁକ୍ତକୁ ମନା କରିଦେଇ ସେଠାରୁ ଚାଲିଆସିଥିଲେ । ଅଭିଯୁକ୍ତ ଜଣକ ବାରମ୍ବାର ଅଭିଯୋଗକରିଣୀଙ୍କ ପିଛା କରି ତାଙ୍କୁ ଡାନ୍ସ ଏକାଡ଼େମୀରେ ଯୋଗ ଦେବାକୁ କହିଥିଲେ । ଅଭିଯୋଗକାରିଣୀ ମନା କରିବା ପରେ ତାଙ୍କର କଲେଜ ହସ୍ଟେଲକୁ ଯିବା ରାସ୍ତାରେ ଅଭିଯୁକ୍ତ ଜଣକ ତାଙ୍କର ପିଛା କରି କଲେଜ ନିକଟରେ ତାଙ୍କୁ ପ୍ରେମ ନିବେଦନ କରିଥିଲେ ।

ଅଭିଯୋଗକରିଣୀ ନିମ୍ନୋକ୍ତ ଅଭିଯୁକ୍ତଙ୍କ କଥାକୁ ଧ୍ୟାନ ନଦେଇ ଚାଲିଯିବା ପରେ ପୁନର୍ବାର ଅଭିଯୁକ୍ତ ତାଙ୍କର ପିଛା କରି ଅଭିଯୋଗକରିଣୀଙ୍କ କଲେଜ ପରିସର ଭିତରେ ଅଟକାଇ ଆକ୍ରମଣ କରିଥିଲେ ଏବଂ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ପୀଡ଼ିତା ଏନେଇ ଚିତ୍କାର କରିବାରୁ ଅଭିଯୁକ୍ତ ଜଣକ ହତ୍ୟା କରିବା ଉଦେଶ୍ୟରେ ତାଙ୍କର ଗଳା କୁ ଚିପି ଧରିଥିଲେ ।

ଏହି ସମୟରେ ଘଟଣାସ୍ଥଳକୁ ଏକ କାର ଆସିବାରୁ ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ଧମକ ଦେଇ ଘଟଣାସ୍ଥଳରୁ ଚାଲି ଆସିଥିଲେ । ଏନେଇ ଭରତପୁର ଥାନାରେ ମାମଲା ରୁଜୁ ହେବାରୁ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ।ଏହି ମାମାଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Ashis Ranjan Behera (28), S/o- Nura Behera, Vill- Plot No- SCR-02, Surjya Nagar, Unit-7, PS- Capital, Dist- Khordha.

LEAVE A REPLY

Please enter your comment!
Please enter your name here