Bansidhar-Ila Panda Foundation Celebrates International Women’s Day-2023

0
359

By Our Correspondent

CHOUDWAR/BHUBANESWAR: ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଓ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଫିସ ସହଯୋଗରେ ସ୍ଥାନୀୟ ସଫା ପଞ୍ଚାୟତ୍ତର କଲ୍ଯାଣ ମଣ୍ଡପ ଠାରେ ଚଳିତ ବର୍ଷର ଆନ୍ତର୍ଜାତିକ ମହିଳା ଦିବସ-୨୦୨୩ ଶନିବାର ଦିନ ପାଳିତ ହୋଇଯାଇଛି। ଏବର୍ଷର ବିଷୟ ବସ୍ତୁ “ ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ବାରା ଲିଙ୍ଗଗତ ସମାନତା ହାସଲ” କୁ ନେଇ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ସବିତା ରାଉତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଡି.ପି.ସି., ମିଶନ ଶକ୍ତି, ଶ୍ରୀମତୀ ସ୍ବାଗତିକା ପରିଡା, ଇମ୍ଫାର ଡି.ଜି.ଏମ, ସାଧାରଣ ପ୍ରଶାସନ, ଶ୍ରୀଯୁକ୍ତ ଜି.ଏସ.ପି. ରାଓ , ଟାଙ୍ଗୀ ଚୌଦ୍ଵାର ବ୍ଲକର ସି.ଡି.ପି.ଓ ଶ୍ରୀମତୀ ମନୋରମା ସ୍ଵାଇଁ ଏବଂ ସରପଞ୍ଚ ନିବାସ ଚନ୍ଦ୍ର ପାଣ୍ଡବ ଯୋଗ ଦେଇ ଥିଲେ । କରଞ୍ଜି, ଗରୁଡଗାଁ ଓ ସଫା ପଞ୍ଚାୟତ୍ତର ସୁପରଭାଇଜର, ଅଙ୍ଗନବାଡି ମାନଙ୍କ ସମେତ ୧୩୦ ରୁ ଊର୍ଦ୍ଧ୍ଵ କିଶୋରୀ ବାଳିକା, ମହିଳା ଯୋଗ ଦେଇଥିଲେ ।

ଫାଉଣ୍ଡେସନର ଅଧିକାରୀ ଆଶିଷ ଦାସ ସମସ୍ତ ଅତିଥିଙ୍କୁ ସ୍ଵାଗତ କରିଥିବା ବେଳେ  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ସବିତା ରାଉତ ପ୍ରଦୀପ ଜାଳି କାର୍ଯ୍ୟକ୍ରମକୁ ଉଦ୍ଦଘାଟନ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀମତୀ ରାଉତ ସମାଜର ପ୍ରଗତିରେ ମହିଳା ମାନଙ୍କ ସହଯୋଗ ଉପରେ ଆଲୋକପାତ କରିବା ସହିତ କୈଶୋର ଅବସ୍ଥାର ଗୁରୁତ୍ଵ ଉପରେ କହିବା ସହିତ ସରକାରଙ୍କ ଅଦ୍ଵିକା କାର୍ଯ୍ୟକ୍ରମ ଏବଂ ଯୁବ ମାସ୍କଟ କୁନି ବିଷୟରେ ଆଲୋଚନା କରିଥିଲେ। ଡି.ପି.ସି., ମିଶନ ଶକ୍ତି, ଶ୍ରୀମତୀ ସ୍ବାଗତିକା ପରିଡା ଆନ୍ତର୍ଜାତିକ ମହିଳା ଦିବସ ବିଷୟରେ ସମସ୍ତଙ୍କୁ କହିବା ସହିତ ସରକାରଙ୍କ ମହିଳାଙ୍କ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ବିଷୟରେ କହିଥିଲେ । ଇମ୍ଫାର ଡି.ଜି.ଏମ, ସାଧାରଣ ପ୍ରଶାସନ, ଶ୍ରୀଯୁକ୍ତ ଜି.ଏସ.ପି. ରାଓ , ନିଜ ବକ୍ତ୍ୟବରେ ମହିଳା ମାନେ ଆତ୍ମନିର୍ଭରଶୀଳ ହେଲେ ହିଁ ସାମାଜିକ ଓ ଆର୍ଥିକ ସ୍ତରରେ ମଜଭୁତ ହୋଇ ପାରିବେ କହିବା ସହିତ ଆଗକୁ କନ୍ୟାଏକ୍ସପ୍ରେସ କାର୍ଯ୍ୟକ୍ରମ ସହିତ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ । ଟାଙ୍ଗୀ ଚୌଦ୍ଵାର ବ୍ଲକର ସି.ଡି.ପି.ଓ ଶ୍ରୀମତୀ ମନୋରମା ସ୍ଵାଇଁ ବ୍ଲକରେ ଅଦ୍ଵିକା କାର୍ଯ୍ୟକ୍ରମର ସଫଳତା ବିଷୟରେ ଅଲୋଚନା କରିବା ସହିତ ଏହା କିପରି କିଶୋରୀ ମାନଙ୍କୁ ସଶକ୍ତ କରୁଛି କହିଥିଲେ ।

ସରପଞ୍ଚ ନିବାସ ଚନ୍ଦ୍ର ପାଣ୍ଡବ ଆୟୋଜକଙ୍କୁ ଏଭଳି କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେବା ସହିତ ପଞ୍ଚାୟତ୍ତ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହି ଉପଲକ୍ଷେ କିଶୋର ବାଳିକାଙ୍କ ମଧ୍ୟରେ ପୋଷ୍ଟର, ଝୋଟି, ମ୍ୟୁଜିକ ଚେୟାର, କୁଇଜ କମ୍ପିଟିସନ ଓ ବାଳକଙ୍କ ମଧ୍ୟରେ କବାଡି ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରଯାଇଥିଲା । କାର୍ଯ୍ୟକ୍ରମ ଉପଲକ୍ଷେ ଏକ ପୋଷଣ ମେଳା ଆୟୋଜନ କରାଯାଇଥିଲା । ସବାଶେଷରେ ଫାଉଣ୍ଡେସନର ଅଧିକାରୀ ଆଶିଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଟାଙ୍ଗୀ ଚୌଦ୍ଵାର ବ୍ଲକର ସି.ଡି.ପି.ଓ ଶ୍ରୀମତୀ ମନୋରମା ସ୍ଵାଇଁ ପରିଚାଳନା କରିଥିବା ବେଳେ, ଆଇ.ସି.ଡି.ଏସ. ସୁପରଭାଇଜର ଶ୍ରୀମତୀ ମଞ୍ଜୁଶ୍ରୀ ଦାସ, ଶ୍ରୀମତୀ ହେନା ଦେଇ, ଶ୍ରୀମତୀ ମମତା ପତି, ଶ୍ରୀମତୀ ଉର୍ମିଲା ସାହୁ, କାଦମ୍ବିନୀ ପତି ଓ ଫାଉଣ୍ଡେସନର ଚନ୍ଦ୍ରଶେଖର ମହାପାତ୍ର, ଅର୍ଚ୍ଚନା ଜେନା, ବର୍ଷାରାନି ବାରିକ  ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here