Balianta PS Case No-383, accused arrested

0
426
Pintu Das (28), S/O- Babuli Das of Vill- Tiranpada, PS- Pahal, Bhubaneswar UPD

By Biswanath Dash

BHUBANESWAR:  Balianta PS Case No-383, dtd.08.11.2023, U/s- 341/323/294/506/354/509/34 IPC.PO: Near Bhagabat Ghara, Patana, PS- Balianta, Bhubaneswar UPD.

Gist of the Case:

ବାଲିଅନ୍ତା ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ତା.୦୭.୧୧.୨୦୨୩ ରିଖରେ ଅଭିଯୋଗକାରୀ ଜଣକ ନିଜ ହ୍ୟୁଣ୍ଡାଇ କାର ଯୋଗେ ଘରକୁ ଫେରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଭାଗବତ ଘର ନିକଟରେ ନିଜ ବୁଲେଟ  ମୋଟରସାଇକେଲକୁ ରାସ୍ତା ଉପରେ ରଖି ତାଙ୍କ କାରକୁ ଅଟକାଇଥିଲେ ।

 ଅଭିଯୋଗକାରୀ ଜଣକ ଏକାଧିକ ବାର ହର୍ଣ ବଜାଇବା ପରେ ମଧ୍ୟ ଅଭିଯୁକ୍ତ ଜଣକ ଗାଡି ନହଟାଇବାରୁ ସେ ଅଭିଯୁକ୍ତଙ୍କ ନିକଟକୁ ଆସି ତାଙ୍କୁ ରାସ୍ତା ଦେବା ଲାଗି କହିଥିଲେ । ଏଥିରେ ଅଭିଯୁକ୍ତ ଜଣକ ଉତକ୍ଷିପ୍ତ ହୋଇ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନାନାପ୍ରକାର ଧମକ ଚମକ ଦେଇ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ ।

ପୁନର୍ବାର ସେହି ଦିନ ରାତିରେ ଅଭିଯୁକ୍ତ ଜଣକ ତାଙ୍କର ଜଣେ ସହଯୋଗୀଙ୍କ ସହିତ ମିଶି ଉକ୍ତ ବୁଲେଟ ମୋଟରସାଇକେଲରେ ଅଭିଯୋଗକାରୀଙ୍କ ଘର ନିକଟକୁ ଆସି ଘରର ମୁଖ୍ୟ ଦ୍ଵାରକୁ ଧକା ଦେଇଥିଲେ । ଅଭିଯୋଗକାରୀ ଜଣକ ଘର ବାହାରକୁ ଆସିବା ପରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ଏକ ଶକ୍ତ ଧକା ପକାଇଥିଲେ । ଯାହାଫଳରେ ସେ ତଳେ ପଡ଼ିଯାଇଥିଲେ । ଏହି ସମୟରେ ଅଭିଯୋଗକାରୀଙ୍କ ପତ୍ନୀ ତାଙ୍କୁ ବଞ୍ଚାଇବା ଲାଗି ସେଠାକୁ ଆସିଥିବା ବେଳେ ଉଭୟ ଅଭିଯୁକ୍ତ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ।

ଅଭିଯୋଗକାରୀ ଏବଂ ତାଙ୍କ ପତ୍ନୀଙ୍କ ପାଟି ଶୁଣି ପାଖ ପଡୋଶୀ ଘଟଣା ସ୍ଥଳକୁ ଚାଲିଆସିବାରୁ ଉଭୟ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ ।

ଘଟଣାର ଅଭିଯୋଗ ପରେ ବାଲିଅନ୍ତା ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ତିରଣପଡା ଗ୍ରାମରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଘଟଣାରେ ବ୍ଯବହୃତ ବୁଲେଟ ମୋଟରସାଇକେଲକୁ ମଧ୍ୟ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Name and Address of Accused Persons:

1.         Pintu Das (28), S/O- Babuli Das of Vill- Tiranpada, PS- Pahal, Bhubaneswar UPD.

Article Seized:

1.         One Bullet Motorcycle.

LEAVE A REPLY

Please enter your comment!
Please enter your name here