Balianta PS Case No-27, accused arrested

0
169
Narayan Dash aka Naru (48), S/O- Late Ghanashyam Dash of Vill- Pratap Sasan, PO- Balakati, PS- Balianta, Bhubaneswar UPD

By Our Correspondent

BHUBANESWAR:  Balianta PS Case No.27, Dt.13.01.2024, U/S-294/323/506/354/307/34 IPC PO: Pratap Sasan, PS- Balianta, Bhubaneswar UPD.

Gist of the Case:

ବାଲିଅନ୍ତା ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁକରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଏବଂ ନିମ୍ନୋକ୍ତ ଅଭିଯୁକ୍ତ ଗୋଟିଏ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ପରସ୍ପରର ପଡୋଶୀ । ଗତ ତା.୧୩.୦୧.୨୦୨୪ ରିଖ ଅପରାହ୍ନରେ ଅଭିଯୋଗକାରିଣୀଙ୍କ ବାପା ଘର ପଛ ପାଖକୁ ଯାଇଥିବା ବେଳେ ସେଠାରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସାନ ପୁଅ ନିଜ ପୋଷା କୁକୁରକୁ ବୁଲାଉ ଥିବାର ଦେଖିଥିଲେ । ତାଙ୍କୁ ସେଠାରେ ଦେଖି ଉଭୟ ଅଭିଯୁକ୍ତ ହଠାତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ । ସେ ଏହାର ବିରୋଧ କରିବାରୁ ଉଭୟ ଅଭିଯୁକ୍ତ ତାଙ୍କୁ ଶାବଳ ଏବଂ ଲୁହାଛଡ଼ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପାଟି ଶୁଣି ଅଭିଯୋଗକାରିଣୀ ଏବଂ ତାଙ୍କ ମା ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ କରିଥିଲେ । ଏହି ସମୟରେ ଅଭିଯୁକ୍ତ ଦ୍ୱୟ ଅଭିଯୋଗକାରିଣୀଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ । ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଅଭିଯୋଗକାରିଣୀ ଜଣକ ପୁଲିସ କଣ୍ଟ୍ରୋଲ ରୁମ୍କୁ ଫୋନ କରିଥିଲେ ।

ସୂଚନା ପାଇ ପିସିଆର ଘଟଣା ସ୍ଥଳରେ ପହଞ୍ଚିବା ଦେଖି ଉଭୟ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ଅଭିଯୋଗକାରିଣୀ ଜଣକ ପିସିଆର ସହାୟତାରେ ବାପାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।

 ଘଟଣାର ଅଭିଯୋଗ ପରେ, ପୁଲିସ ମାମଲାର ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପ୍ରତାପ ଶାସନ ଅଞ୍ଚଳରେ ଚଢଉ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଘଟଣାରେ ବ୍ଯବହୃତ ଏକ ଶାବଳକୁ ମଧ୍ୟ ଜବତ କରିଥିଲେ । ପଚରାଉଚରା ବେଳେ, ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ ଲାଗି ଚଢଉ ଜାରି ରହିଛି ।

Name & Address of Accused Person:Narayan Dash aka Naru (48), S/O- Late Ghanashyam Dash of Vill- Pratap Sasan, PO- Balakati, PS- Balianta, Bhubaneswar UPD.

Article Seized: Weapon of the offence, one crowbar.

LEAVE A REPLY

Please enter your comment!
Please enter your name here