Balianta PS Case No-103, two accused arrested

0
389
Dinakrushna Mangaraj @Pintu (39), S/O- Late Pitambar Mangaraj, Vill- Benupur, PS- Balianta, Bhubaneswar UPD. ,Yudhisthr Jena @banty (21), S/O- Sadasib Jena, Vill- Benupur PS- Balianta, Bhubaneswar UPD,

By Biswanath Dash

BHUBANESWAR: Ref: Balianta PS Case No-103, dtd.08.03.2023, U/S- 452/341/323/294/427/34 IPC.PO:Vill- Benupur, PS- Balianta, Bhubaneswar UPD.

Gist of the FIR:

ଗତ ତା.୦୮.୦୩.୨୦୨୩ ରିଖରେ ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ବାଲିଅନ୍ତା ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ବାଲିଅନ୍ତା ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ  ଏବଂ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁର ଗ୍ରାମର ବାସିନ୍ଦା ଅଟନ୍ତି । ଗତ ନିର୍ବାଚନକୁ ନେଇ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ଅଭିଯୋଗକାରିଣୀଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଘଟଣାଦିନ ଅପରାହ୍ନରେ ଉଭୟ ପକ୍ଷର ଦୁଇଜଣ ସଦସ୍ୟ କୁଶଭଦ୍ରା ନଦୀରେ ଗାଧୋଉ ଥିବା ସମୟରେ କୌଣସି କାରଣକୁ ନେଇ ପରସ୍ପର ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ପରେ ଏହା ଉଗ୍ରରୂପ ନେଇଥିଲା । ନଦୀରୁ ଫେରିବା ସମୟରେ ଅଭିଯୋଗକାରିଣୀଙ୍କ ପୁଅ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା ସହିତ ଏକ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ ।

ଯାହାଫଳରେ ଏହି ଆକ୍ରମଣରେ ସହଯୋଗୀ ଜଣକ ଗୁରୁତର ଆହତ ହୋଇ ହାଇ-ଟେକ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନେ ହିଂସାପରାୟଣ ହୋଇ ଅଭିଯୋଗକାରିଣୀଙ୍କ ଘରେ ପ୍ରବେଶ କରି ପରିବାର ସଦସ୍ୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ଆସବାବ ପତ୍ର ସବୁକୁ ଭଙ୍ଗାରୁଜା କରିଥିଲେ ।

ଅଭିଯୁକ୍ତ ମାନଙ୍କର ଏତାଦୃଶ ବ୍ୟବହାର ଦେଖି ଅଭିଯୋଗକାରିଣୀଙ୍କ ପରିବାର ସଦସ୍ୟ ଭୟଭୀତ ହୋଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେବା ସହିତ ପୁଲିସକୁ ସୂଚନା ଦେଇଥିଲେ । ବାଲିଅନ୍ତା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରା ଉଚରା ସମୟରେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ ।

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ଯ ସହଯୋଗୀ ମାନଙ୍କୁ ଗିରଫ କରିବା ଲାଗି ଚଢଉ ଜାରି ରହିଛି  ।

Name & Address of Accused person:              

1.                Dinakrushna Mangaraj @Pintu (39), S/O- Late Pitambar Mangaraj, Vill- Benupur, PS- Balianta, Bhubaneswar UPD.

2.                Yudhisthr Jena @banty (21), S/O- Sadasib Jena, Vill- Benupur PS- Balianta, Bhubaneswar UPD.

Article Seized:

1.                TV, Fridge, AC, Dressing Table, Dining Table, Door, Bed, Stand Fan etc. in damaged condition.

LEAVE A REPLY

Please enter your comment!
Please enter your name here