Baijayant Panda writes to Indian Ambassador in Oman for safe return of 2 Odia Youths

0
400

By Our Correspondent

NEW DELHI/BHUBANESWAR: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓମାନରେ ଫସିଥିବା ଦୁଇ ଓଡିଆ ଯୁବକ ପ୍ରଦୀପ କୁମାର ବାଇ ଏବଂ ସୁରେଶ କୁମାର ନାୟକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦାର ସୁବର୍ଣ୍ଣପୁର ଗ୍ରାମର ନରେନ୍ଦ୍ର କୁମାର ବାଇଙ୍କ ପୁଅ ପ୍ରଦୀପ କୁମାର ବାଇ ଏବଂ ସୁବାଷ ଚନ୍ଦ୍ର ନାୟକଙ୍କ ପୁଅ ସୁରେଶ କୁମାର ନାୟକ ରାଜନଗର ବ୍ଲକ ଅର୍ନ୍ତଗତ ମଦନପୁର ଗ୍ରାମର ଏଜେଣ୍ଟ ମନମୋହନ ବେହେରାଙ୍କ ଜରିଆରେ କର୍ମସଂସ୍ଥାନ ପାଇଁ ୧୬ ଫେବୃଆରୀ ୨୦୨୨ରେ ଓମାନ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ନିଯୁକ୍ତି ପାଇଲାପରେ କମ୍ପାନୀ କତ୍ତୃପକ୍ଷ ସେମାନଙ୍କଠାରୁ ପାସପୋର୍ଟ ନେଇଯାଇଥିଲେ ଓ ୧୨ ଘଣ୍ଟା ଛିଡା ହୋଇ କାମ କରିବାକୁ ବାଧ୍ୟ କରିଥିଲେ। ୩ ମାସରୁ ଉର୍ଦ୍ଧ କାମ କରିଥିଲେ ମଧ୍ୟ ମାତ୍ର ୪୨ ଦିନର ଦରମା ଦେଇ ଭୋକ ଉପାସରେ କାମ କରିବାକୁ ବାଧ୍ୟ କରାଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଏ ନେଇ ଉଭୟଙ୍କ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଓମାନରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ପ୍ରଦୀପ ଏବଂ ସୁରେଶଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here