Badagada PS Case No-572, accused arrested

0
388
Jitendra Jena aka Papu (35), S/O- Late Sudarsan Jena of Vill- Barasara, PS- Kodala, Dist- Ganjam

By Biswanath Dash

BHUBANESWAR:  Badagada PS Case No-572, dtd.16.10.2023, U/S- 498 (A)/506 IPC.PO: PS- Badagada, BBSR UPD.

Gist of the FIR:

ବଡଗଡ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ସ୍ବାମୀ ହୋଇଥିବା ବେଳେ ସେ ତାଙ୍କୁ ୨୦୦୯ ମସିହାରେ ବୈଦିକ ରୀତିନୀତି ଅନୁଯାଇ ବିବାହ କରିଥିଲେ ଏବଂ ଉଭୟଙ୍କର ଦୁଇଟି ଶିଶୁପୁତ୍ର ମଧ୍ୟ ଅଛନ୍ତି । ବିବାହ ପରେପରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ବିନା କୌଣସି କାରଣରେ ସନ୍ଦେହ କରିବା ସହିତ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ ।

ନିର୍ଯ୍ୟାତନା ଅସହ୍ୟ ହେବାରୁ ସେ ଶାଶୁଘର ଛାଡି ପିଲା ଦୁଇଟିଙ୍କୁ ସାଙ୍ଗରେ ନେଇ ତାରିଣୀ ବସ୍ତିରେ ରହିବା ସହିତ ହାଉସ କେୟାରଟେକର ଭାବେ କାର୍ଯ୍ୟ କରୁଥିଲେ । ଘଟଣା ଦିନ ସନ୍ଧ୍ୟାରେ, ଅଭିଯୋଗକାରିଣୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଘରର ତାଲା ଭଙ୍ଗି ଭିତରେ ପଶିବା ସହିତ ଗୃହପୋକରଣ ସାମଗ୍ରୀ ସବୁକୁ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ଅଭିଯୋଗକାରିଣୀ ଜଣକ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଅଭିଯୁକ୍ତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମଧ୍ୟ ମାରିଥିଲେ ।

ପରେ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ବଡଗଡ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ, ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଜଣେ ଅଭ୍ଯାସଗତ ଅପରାଧୀ ଥିବା ତଦନ୍ତ ବେଳେ ଜଣାପଡିଛି ।

 ତାଙ୍କ ନାମରେ ଗଞ୍ଜାମ ଜିଲ୍ଲାର ବିଭନ୍ନ ଥାନାରେ ମୋଟ ୬ଗୋଟି ମାମଲା ରହିଥିବା ବେଳେ, ଭୁବନେଶ୍ଵରର ଏୟାରପୋର୍ଟ ଥାନାରେ ମଧ୍ୟ ୨ଟି ମାମଲା ରହିଛି । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭିନ୍ନ ମାମଲାରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

1.         Jitendra Jena aka Papu (35), S/O- Late Sudarsan Jena of Vill- Barasara, PS- Kodala, Dist- Ganjam.

LEAVE A REPLY

Please enter your comment!
Please enter your name here