By Biswanath Dash
BHUBANESWAR: Badagada PS Case No-381, dtd.23.12.2020, U/S- 419/420/406/468/471/294/506/34 IPC.PO: PS- Badagada, BBSR UPD.
Gist of the FIR:
ବଡ଼ଗଡ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀଜିତ ପଟ୍ଟନାୟକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଏକ ଘରୋଇ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ । ଶିକ୍ଷାନୁଷ୍ଠାନ ନିମନ୍ତେ ବିଭିନ୍ନ ପ୍ରକାର ଆସବାବପତ୍ରର ଆବଶ୍ୟକତା ଥିବାରୁ ସେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହିତ ଯୋଗଯୋଗ କରିଥିଲେ । ଅଭିଯୁକ୍ତ ଜଣକ ଦରକାର ହେଉଥିବା ସମସ୍ତ ଆସବାବପତ୍ର ଯୋଗାଇ ଦେବାର ପ୍ରତିଶୃତି ଦେଇ ଅଭିଯୋଗକାରୀଙ୍କ ନିକଟରୁ ମୋଟ ୩୦,୭୫,୫୦୦ ଟଙ୍କା କ୍ୟାସ ଏବଂ ବ୍ଯାଙ୍କ ଆକାଉଣ୍ଟ ଟ୍ରାନ୍ସଫର ମାଧ୍ୟମରେ ନେଇଥିଲେ । ଟଙ୍କା ନେବାର କିଛି ଦିନ ପରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ଆସବାବପତ୍ର ଯୋଗାଇ ଦେବା ବଦଳରେ ତାଙ୍କୁ ଲୁଚିବାକୁ ଚେଷ୍ଟା କରିଥିଲେ ।
ଗତ ତା.୦୮.୧୨.୨୦୨୦ ରଖ ଦିନ ଅଭିଯୋଗକାରୀ ଜଣକ ହଠାତ ଅଭିଯୁକ୍ତଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ପଚାରିଥିବା ବେଳେ, ସେଠାରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ବୁଝାସୁଝା କରି ନିଜ ବଡଭାଇଙ୍କ ଉପସ୍ଥିତିରେ ଏକ ଏଗ୍ରିମେଣ୍ଟ କରିଥିଲେ । ହୋଇଥିବା ଏଗ୍ରିମେଣ୍ଟ ମୁତାବକ ସେ ପ୍ରଥମ କିସ୍ତିରେ ୩୦,୦୦,୦୦୦ ଟଙ୍କା ସେହି ମାସ ଶେଷରେ ଫେରାଇବାକୁ ଥିବା ବେଳେ, ୯ ଡିସେମ୍ବର ୨୦୨୦ ରିଖରେ ୧,୦୦,୦୦୦ ଟଙ୍କା, ଏବଂ ବାକି ୪,୦୦,୦୦୦ ଟଙ୍କା ୪ ଦିନ ମଧ୍ୟରେ ଫେରାଇବେ ବୋଲି ଉଲ୍ଲେଖ ଥିଲା ।
କିନ୍ତୁ ଦିନ ପରେ ଦିନ ଗଡି ଚାଲିଥିଲେ ମଧ୍ୟ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ଟଙ୍କା ଫେରାଇବା ପରିବର୍ତ୍ତେ ଯୋଗାଯୋଗ କରିବାରୁ, ସେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନାନାପ୍ରକାର ଧମକ ମଧ୍ୟ ଦେଇଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ବଡଗଡ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧି ଅଟନ୍ତି । ତାଙ୍କ ନାମରେ ଖାରବେଳନଗର ଥାନାରେ ୪ଟି ମାମଲା ରହିଥିବା ବେଳେ ନୟାପଲ୍ଲୀ ଥାନା ଏବଂ ଶହୀଦନଗର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭନ୍ନ ମାମଲାରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Name & Address of Accused persons: Ajay Choudhury (35), S/O- Gokul Choudhury of Ayodhyanagar, PS- Town, Dist- Kendrapara, At/Pr- Plot No.373, Sashtrinagar, PS- Kharvelnagar, Bhubaneswar UPD.