Badagada PS Case No.333, accused arrested

0
518
Rohit Behera @Debasish Behera (18), S/O- Jubula @Digambar Behera of Badagada Poda sahi, PS- Badagada, Bhubaneswar UPD.

By Biswanath Dash

BHUBANESWAR:  Badagada PS Case No.333, dtd.21.06.2023, U/S-341/294/323/354/506/34 IPC.PO:            PS- Badagada, Bhubaneswar UPD.

Gist of the Case:

ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ବଡଗଡ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୨୧.୦୬.୨୦୨୩ରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ଏବଂ ତାଙ୍କ ଭଉଣୀ ବାଙ୍କୁଆଳ ପୋଲ ନିକଟରେ ଗୁପ୍ଚୁପ ଖାଉଥିଲେ । ଏହି ସମୟରେ  ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନେ ସେଠାରେ ପହଞ୍ଚି ଅଭିଯୋଗକାରିଣୀ ଏବଂ ତାଙ୍କ ଭଉଣୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଠେଲାପେଲା ମଧ୍ୟ କରିଥିଲେ ।

 ଏଥିରେ ଭୟଭୀତ ହୋଇ ଅଭିଯୋଗକାରିଣୀ ତାଙ୍କ ଭାଇଙ୍କୁ ଫୋନ କରି ଘଟଣା ସ୍ଥଳକୁ ଡ଼ାକିଥିଲେ । ଏହାଦେଖି ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ ମଧ୍ୟ ପରେ ଫୋନ ମାଧ୍ୟମରେ ଅଭିଯୋଗକାରିଣୀ ଏବଂ ତାଙ୍କ ଭାଇ ଓ ଭଉଣୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ନାନା ପ୍ରକାର ଧମକ ଦେଇଥିଲେ । ଏହି ଘଟଣା ପରେ ନିମ୍ନୋକ୍ତ ଅଭିଯୁକ୍ତ, ଅପୋଷ ସମାଧାନ କରିବା ନିମନ୍ତେ ଅଭିଯୋଗକାରିଣୀଙ୍କ ବାପଙ୍କୁ ସାଇମନ୍ଦିର ନିକଟକୁ ଡ଼ାକିଥିବାରୁ ଉଭୟ ବାପା ଏବଂ ପୁଅ ସେଠାକୁ ଯାଇଥିଲେ ।

ଘଟଣା ବିଷୟରେ ଆଲୋଚନା ଚାଲୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ, ଅଭିଯୁକ୍ତଙ୍କ ବାପା ଏବଂ ତାଙ୍କର ସହଯୋଗୀ ମାନେ ହଠାତ ଅଭିଯୋଗକାରିଣୀଙ୍କ ଭାଇଙ୍କୁ ଆକ୍ରମଣ କରିଥିଲେ । ଘଟଣାର ଅଭିଯୋଗ ପରେ ବଡଗଡ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରହିଥିବା ତଦନ୍ତ ବେଳେ ଜଣା ପଡିଛି । 

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଲାଗି ଚଢଉ ଜାରି ରହିଛି ।

Name and Address of Accused Persons:

1.         Rohit Behera @Debasish Behera (18), S/O- Jubula @Digambar Behera of Badagada Poda sahi, PS- Badagada, Bhubaneswar UPD.

LEAVE A REPLY

Please enter your comment!
Please enter your name here