Babby Das Takes on Dharmendra Pradhan over Arrest of BJP MLA Subash Panigrahi

0
423

By Our Correspondent

BHUBANESWAR: BJD Organising Secretary and MLA Pranab Das alias Babby , on Sunday took on Union Minister Dharmendra Pradhan over arrest of BJP MLA Subash Panigrahi.

Odisha’s  Deogarh MLA Subash Chandra Panigrahi has been arrested on Sunday on charges of thrashing Tileibani block development officer  Krushnachandra Dalapati. Deogarh Police picked up the legislator from the government quarters in Bhubaneswar for interrogation.

Along with the MLA, his two supporters including Akalu Dhal and Kumarmani Sahoo were arrested for alleged murderous attack on Tileibani BDO  at Bhaliaguda village on Saturday. BDO Krushnachandra Dalapati was allegedly thrashed by Panigrahi and his associates.

‘@dpradhanbjp ଭାଇ, ଆପଣ ବୋଧହୁଏ ଅବଗତ ନାହାନ୍ତି ଯେ ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ନିଜ ଅଫିସକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ।କେହି ଭୁଲିଯିବା ଉଚିତ ନୁହେଁ ଯେ ଓଡ଼ିଶାରେ ଆଇନର ଶାସନ ଚାଲିଛି। ବିଗତ ତିନି ବର୍ଷ ମଧ୍ୟରେ ଆଇନକୁ ହାତକୁ ନେଇଥିବା ବିଜେଡିର ତିନି ବିଧାୟକଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ସମାନ କାରଣରୁ ଦେବଗଡ଼ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ବେଳକୁ ଆପଣ ବିରୋଧ କରୁଛନ୍ତି କାହିଁକି?,” Babby Das in a tweet.

“ଆପଣଙ୍କ ଦଳର ବିଧାୟକ ବୋଲି ସେ କ’ଣ ଆଇନର ଉର୍ଦ୍ଧ୍ଵରେ? ଭାଇ, ଆପଣ ସଂସଦରେ ଆଇନ ତିଆରି କରୁଛନ୍ତି। ଆପଣ ଭଲ ଭାବେ ଜାଣନ୍ତି ଯେ ଗଣତନ୍ତ୍ରରେ ମନ୍ତ୍ରୀ, ସାଂସଦ, ବିଧାୟକ, ସାଧାରଣ ଜନତା ସମସ୍ତେ ସମାନ। ବିଜେଡି ସରକାରରେ ଆଇନ ଆଗରେ ସମସ୍ତଙ୍କୁ ସମାନ ଆଖିରେ ଦେଖାଯାଏ, ଏକଥା ଓଡ଼ିଶାରେ ମଧ୍ଯ ସମସ୍ତେ ଭଲ ଭାବେ ଜାଣନ୍ତି।,” he added

Earlier, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଘଟଣାରେ ଚିନ୍ତାପ୍ରକଟ କରିବା ସହ ବିରୋଧୀ ଦଳର ନେତା ମାନଙ୍କ ସ୍ୱରକୁ ଚାପିବା ପାଇଁ ଆଇନର ଅପବ୍ୟବହାର ଗଣତନ୍ତ୍ର ପାଇଁ ବିପଦଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଚିନ୍ତାର ବିଷୟ । ଜଣେ ଜନପ୍ରତିନିଧିଙ୍କର ଦାୟିତ୍ୱ ହେଉଛି ଜନସାଧାରଣଙ୍କ କାର୍ଯ୍ୟ କରିବା ଓ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା । ଏଥିରେ ବାଧା ସୃଷ୍ଟି କରାଯିବା ଅନୁଚିତ୍ ।

ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ସାଧାରଣ ଲୋକଙ୍କ କାର୍ଯ୍ୟ ସହଜ ହୋଇଥାଏ । କିନ୍ତୁ କିଛି ସରକାରୀ ଅଧିକାରୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ଯ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରିବା ସହ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ; ଯାହାଫଳରେ ଜନଅସନ୍ତୋଷ ଦେଖାଯାଉଛି । ଏହାର ଏକ ଉଦାହରଣ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଗିରଫଦାରୀ ।

ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବାକୁ ଯାଇ ବିଧାୟକ ଶ୍ରୀ ପାଣିଗ୍ରାହୀ ଗିରଫ ହେବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । କିଛି ଅଧିକାରୀମାନେ ନିଜର କାର୍ଯ୍ୟଶୈଳିକୁ ନ ସୁଧାରି ବିରୋଧୀ ଦଳର ନେତା ମାନଙ୍କ ସ୍ୱରକୁ ଚାପିବା ପାଇଁ ଆଇନର ଅପବ୍ୟବହାର କରୁଛନ୍ତି, ଯାହା ଗଣତନ୍ତ୍ର ପାଇଁ ବିପଦଜନକ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here