Avinashilingam Institute for Home Science and Higher Education for Women-Coimbatore holds 34th Convocation ceremony

0
336

By Our Correspondent

CHENNAI/BHUBANESWAR: ଆମ ଦେଶ ଗୋଟିଏ । ଆମ ଦେଶ ସ୍ୱତନ୍ତ୍ର । ବିବିଧ ସଂସ୍କୃତିରେ ପରିପୂର୍ଣ୍ଣ ଦେଶ ଭାରତରେ ଆମ ସମସ୍ତଙ୍କର ଭାଷା ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ଆମର ଭାବନା ଏକ୍ ବୋଲି ଶନିବାର ତାମିଲନାଡୁ କୋଏମ୍ବାଟୁର ସ୍ଥିତ ଅବିନାଶୀଲିଙ୍ଗମ ମହିଳା ଗୃହ ବିଜ୍ଞାନ ଓ ଉଚ୍ଚ ଶିକ୍ଷା କେନ୍ଦ୍ରର ୩୪ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାବର୍ତ୍ତନ ହେଉଛି ଉଦ୍ଦୀପନାର ପ୍ରାରମ୍ଭ । ଦେଶ ପାଇଁ ଗୁରୁତ୍ୱ ବହନ କରୁଥିବା ଆମର ପ୍ରଭାବବାନ ଯୁବଶକ୍ତି ନିଜ ଜୀବନ ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି । ଡଃ ଟିଏସ ଅବିନାଶୀଲିଙ୍ଗମ ଛେତ୍ରିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅନୁଷ୍ଠାନ ଜ୍ଞାନର ବଟ୍ଟବୃକ୍ଷ ଭାବରେ ପରିଣତ ହୋଇଛି । ଏହି ଶିକ୍ଷାନୁଷ୍ଠାନ ବିଗତ ୬ ଦଶନ୍ଧି ଧରି ମହିଳାଙ୍କୁ ଶିକ୍ଷା ପ୍ରଦାନ କରିବାରେ ନୂଆ ବେଞ୍ଚମାର୍କ ସ୍ଥାପନ କରିଛି ।

ତାମିଲନାଡୁ ବିଶ୍ୱରେ ସର୍ବପୁରାତନ ସଭ୍ୟତା ମଧ୍ୟରୁ ଅନ୍ୟତମ । ଭାରତ ଯଦି ଗଣତନ୍ତ୍ରର ଜନନୀ, ତାମିଲନାଡୁ ହେଉଛି ଏହାର ପେଣ୍ଠସ୍ଥଳୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାଶୀ ତାମିଲ ସଙ୍ଗମମ ଆମ ମଧ୍ୟରେ ଥିବା ଏକତାର ଭାବନାକୁ ଗୁରୁତ୍ୱ ଦେବା ସହ  ତାମିଲ ଭାଷା ଓ ସାହିତ୍ୟର ମହତ୍ୱକୁ ପରିପ୍ରକାଶ କରିଥିଲା । ପରାଧୀନ ମାନସିକତାକୁ ଦୂର କରି ଆମର ଯୁବଶକ୍ତି ଆମର ଐତିହ୍ୟକୁ ନେଇ ଗର୍ବ କରନ୍ତୁ । ଅବିନାଶୀଲିଙ୍ଗମ ଭଳି ବିଶ୍ୱବିଦ୍ୟାଳୟ ସୃଜନଶୀଳତାର କେନ୍ଦ୍ରବିନ୍ଦୁ । ଏହି ଶିକ୍ଷାନୁଷ୍ଠାନ ଗବେଷଣା କ୍ଷେତ୍ରରେ ଗୁରୁତ୍ୱ ଦେବା ସହ ଗବେଷଣାରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉ । 

ଆଗାମା ୨୫ ବର୍ଷରେ ବିକଶିତ ଭାରତର ଲକ୍ଷ୍ୟ ନେଇ ଆମେ ଅଗ୍ରସର ହେଉଥିବା ବେଳେ ଏବେ ଦେଶ ରୋଜଗାର ଅନ୍ୱେଷଣରେ ନ ରହି ନିଯୁକ୍ତିଦାତା ହେବା ପଥରେ ଆଗକୁ ବଢୁଛି । ଆମେ ପୂର୍ବରୁ ଅନ୍ୟ ଦେଶର ମୋବାଇଲ ଅପରେଟିଂ ସିଷ୍ଟମ ଉପରେ ନିର୍ଭରଶୀଳ ଥିଲୁ । ମାତ୍ର କିଛି ଦିନ ପୂର୍ବେ ଆଇଆଇଟି ମାଡ୍ରାସ ଭାରତ ଅପରେଟିଂ ସିଷ୍ଟମ ବିକଶିତ କରିଛି । ଜାତୀୟ ଶିକ୍ଷା ନୀତି ୨୦୨୦ରେ ୩୬୦ ଡିଗ୍ରୀରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଅଣାଯାଉଛି । ନୂଆ ଆଇଡିଆ, ନୂଆ ପଦ୍ଧତି ଉପରେ ପରାମର୍ଶ ଲୋଡାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here