Audit Reports Reveals Rs 200 Crore Scam in Utkal University

0
591

By Our Correspondent

BHUBANESWAR:  ଉତ୍କଳ ୟୁନିଭରସିଟି ବିକାଶ ନାମରେ ଶହଶହ କୋଟି ଟଙ୍କା ଦୁର୍ନୀତି ହୋଇଛି ଏପରି ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ । ଶ୍ରୀ ଦାସ କହିଛନ୍ତି; ଉତ୍କଳ ୟୁନିଭରସିଟିରେ ବିଭିନ୍ନ ପ୍ରକଳ୍ପ ପାଇଁ  ଶହଶହ କୋଟି ଟଙ୍କା ଅନୁମୋଦନ ହୋଇ ଖର୍ଚ୍ଚ ହୋଇଛି ଏଥିରେ ଅନେକ ଟଙ୍କା ଲୁଟ୍/ ଦୁର୍ନୀତି ହୋଇଛି । ଶହଶହ କୋଟି ଟଙ୍କାର ହିସାବ ଦେଇପାରୁନି ଉତ୍କଳ ୟୁନିଭରସିଟି । ଅଡିଟ୍ ରିପୋର୍ଟରେ ଧରାପଡିଲା Rs- 200 କୋଟି ଟଙ୍କାର ଦୁର୍ନୀତି/ ଅନିୟମିତତା । 

Rs- 200 କୋଟି ଟଙ୍କା ଉତ୍କଳ ୟୁନିଭରସିଟି ଫେରସ୍ତ କରିବ । କିନ୍ତୁ ବାସ୍ତବରେ 200 କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟ୍ ହୋଇଛି । ଯଦି ଭଲ ଭାବରେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ ତେବେ ଏହାର ପରିମାଣ ଅଧିକ ହେବ ।

ସେହିପରି ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଆଚାର୍ଯ୍ୟ/ ହଟଚମଟ ସୃଷ୍ଟି କରିଛି; ଉତ୍କଳ ୟୁନିଭରସିଟିରେ, ପାର୍କ ପାଇଁ ଖର୍ଚ୍ଚ ହୋଇଛି: Rs- 1 କୋଟି 39 ଲକ୍ଷ 22 ହଜାର 112 ଟଙ୍କା   ସେହିପରି ଜଗଂଲ ସଫେଇ ଓ ପାଣି ଟାଙ୍କି ମରାମତି ବାବଦରେ ଖର୍ଚ୍ଚ ହୋଇଛି;  Rs- 26 ଲକ୍ଷ 44 ହଜାର 670 ଟଙ୍କା ଏବଂପାଚେରୀ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି; 8 କୋଟି 81 ଲକ୍ଷ 98000 ହଜାର ଟଙ୍କା ଟେକ୍ନିକାଲ ପାର୍କ ପାଇଁ ଖର୍ଚ୍ଚ ହୋଇଛି; Rs- 5 କୋଟି, 75 ଲକ୍ଷ ଟଙ୍କାମରାମତି ଓ ଫନିଚର କିଣାରେ ଖର୍ଚ୍ଚ ହୋଇଛି; Rs- 3 କୋଟି, 62 ଲକ୍ଷ, 61 ହଜାର, 939 ଟଙ୍କା ଅଡିଟୋରିଅମ ମରାମତି ଓ ବୈଠକ  ଷ୍ଟେଜ ପାଇଁ ଖର୍ଚ୍ଚ ହୋଇଛି; 5 କୋଟି  58  ଲକ୍ଷ 2000 ହଜାର ଟଙ୍କା ମଣ୍ଡପ ମରାମତି ଓ ନୂତନ ପାଇଁ ଖର୍ଚ୍ଚ ହୋଇଛି; Rs- 7 ଲକ୍ଷ, 19 ହଜାର ମହିଳା ହଷ୍ଟେଲ ମରାମତି ଓ ନୂତନ ପାଇଁ ଖର୍ଚ୍ଚ ହୋଇଛି; 1 କୋଟି, 97 ଲକ୍ଷ, 46000 ହଜାର ଟଙ୍କା  ଲାଇବ୍ରେରୀ ମରାମତି ଓ ନୂତନ ପାଇଁ ଖର୍ଚ୍ଚ ହୋଇଛି; 52 ଲକ୍ଷ , 72 ହଜାର, 448 ଟଙ୍କା

ସୂଚନା ଅଧିକାର ଆଇନରେ ଉତ୍କଳ ୟୁନିଭରସିଟି ପକ୍ଷରୁ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସଙ୍କୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here