Airport PS Case No- 411, accused arrested

0
416
Subham Kumar Sahoo(19), S/O- Deepak Kumar Saho, At- Anandapur, PS- Ghasipura, Dist- Keonjhar

By Biswanath Dash

BHUBANESWAR: Airport PS Case No. 411, dtd.13.11 .2023, U/s- 363 IPC.PO: PS- Airport, Bhubaneswar UPD.

Gist of the Case:

ଏୟାରପୋର୍ଟ ଥାନା ପୁଲିସ ଅଭଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୧୩.୧୧.୨୦୨୩ ରିଖ ଦିନ ଅଭିଯୋଗକାରିଣୀଙ୍କ ନାବାଳିକା କନ୍ୟା କଲେଜ ଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ଘରକୁ ନଫେରିବାରୁ ପରିବାର ସଦସ୍ୟ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ସନ୍ଧାନ ନପାଇ କଲେଜ ବନ୍ଧୁଙ୍କ ନିକଟରୁ ଜାଣିବାକୁ ପାଇଥିଲେ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କୁ କେଉଁଆଡେ ଅପହରଣ କରିନେଇଛନ୍ତି ବୋଲି ।

ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ପୁରୀ ସ୍ଥିତ ବାଟମଙ୍ଗଳା ମନ୍ଦିର ନିକଟରେ ଥିବା ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ମିଳିଥିବା ସୂଚନା ଆଧାରରେ ପୁଲିସ ଘଟଣା ସ୍ଥଳରେ ଅତର୍କିତ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ ଅପହୃତା କନ୍ୟାଙ୍କୁ ମଧ୍ୟ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Subham Kumar Sahoo(19), S/O- Deepak Kumar Saho, At- Anandapur, PS- Ghasipura, Dist- Keonjhar.

LEAVE A REPLY

Please enter your comment!
Please enter your name here