By Our Correspondent
BHUBANESWAR: Airport PS Case No.290, dtd.12.08.2023, U/S-341/324/294/506 IPC turned to Sec- 341/324/294/506/393 IPC.PO:Opposite of CNG petrol pump, PS- Airport, Bhubaneswar UPD.
Gist of the Case:
ଏୟାରପୋର୍ଟ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଦୀପକ ବେହେରାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ତା.୧୧.୦୮.୨୦୨୩ ରିଖ ରାତିରେ ଅଭିଯୋଗକାରୀ ଜଣକ ତାଙ୍କର ଜଣେ ବନ୍ଧୁଙ୍କୁ ବରମୁଣ୍ଡା ବସ-ଷ୍ଟାଣ୍ଡରେ ପହଞ୍ଚାଇବା ପରେ ଅନ୍ୟ ଦୁଇ ବନ୍ଧୁଙ୍କ ସହ ଘରକୁ ଫେରୁଥିଲେ । ସିଏନଜି ପେଟ୍ରୋଲ ପମ୍ପ ନିକଟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଏକ କାରରେ ଆସି ସେମାନଙ୍କୁ ରାସ୍ତାରେ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ପାଖରେ ଥିବା ମୋବାଇଲ ଫୋନ ସବୁକୁ ଛଡାଇନେବା ଲାଗି ଉଦ୍ୟମ କରିଥିଲେ ।
ଅଭିଯୋଗକାରୀ ଏବଂ ତାଙ୍କ ଦୁଇବନ୍ଧୁ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ବିରୋଧ କରିବାରୁ, ଅଭିଯୁକ୍ତ ଜଣକ ପାଖରେ ଥିବା ଏକ ଧାରୁଆ ଛୁରୀ ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରିଥିବା ବେଳେ ପାଖରେ ଥିବା ମୁଲ୍ୟବାନ ସାମଗ୍ରୀ ସବୁକୁ ଦେଇଦେବା ଲାଗି ଧମକ ଦେଇଥିଲେ ।
ଏହି ଆକ୍ରମଣରେ ଅଭିଯୋଗକାରୀ ଜଣକ ଆହତ ହୋଇଥିଲେ । ଘଟଣାର ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସମୟରେ ଜାଣିବାକୁ ପାଇଥିଲେ ଯେ, ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଏୟାରଫୀଲ୍ଡ ଥାନା ପୁଲିସ ସମ୍ପୃକ୍ତ କାର ସହିତ ଅଟକ ରଖିଛନ୍ତି । ପରେ ଏୟାରପୋର୍ଟ ଥାନା ପୁଲିସ ଏହି ମାମାଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ହେପାଜତରୁ ଏକ କାର ଏବଂ ଘଟଣାରେ ବ୍ଯବହୃତ ଏକ ଛୁରୀ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Name and Address of Accused Persons:
1. Subu aka Subasish Maharana (24), S/O- Akhay Maharana, At- Titira, PS- Balikuda, Dist- Jagatsinghpur, At/Pr- Champati Sahi, Sundarpada, PS- Airfield, Bhubaneswar UPD.
Article Seized:
1. One sharp knife.
2. One Maruti Suzuki Scotty car, bearing regd. No.OD-02-CK-2287.