Airfield PS Case No-259, Accused arrested

0
404
Roshan Jena (21), S/O- Hrushikesh Jena of Tala Sahi, Sundarpada, PS- Airfield, Bhubaneswar UPD

By Biswanath Dash

BHUBANESWAR:  Airfield PS Case No-259, dtd.17.10.2023, U/S- 385/386/34 IPC Rw 25/27 Arms Act.PO: Jatni- Sundarpada Road, PS- Airfield, BBSR UPD.

Gist of the FIR:

ଏୟାରଫୀଲ୍ଡ  ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ମିଶି ଜଟଣୀ-ସୁନ୍ଦରପଦା ରାସ୍ତାରେ ଯାତାୟାତ କରୁଥିବା ପରିବହନ ଯାନ ଗୁଡିକରୁ ଦାଦାବଟି ଆଦାୟ କରୁଥିବା ନେଇ ଏୟାରଫୀଲ୍ଡ ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ ।

 ମିଳିଥିବା ସୂଚନା ଆଧାରରେ ପୁଲିସ ସଦଳବଳେ ଘଟଣା ସ୍ଥଳରେ ଅତର୍କିତ ଚଢଉ କରି ନିମ୍ନୋକ୍ତ ଜଣେ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ସହଯୋଗୀ ମାନେ ମୋଟରସାଇକେଲ ଯୋଗେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ତଦନ୍ତ ବେଳେ ଜଣା ପଡିଥିଲା ଯେ, ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ଘଟଣା ସ୍ଥଳରେ ଅଟକି ରହିଥିବା ଟ୍ରକ ଗୁଡିକର ଡ୍ରାଇଭର ଓ ପଥଚାରୀ ମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ବନ୍ଧୁକ ଦେଖାଇ ଦାଦାବଟି ଦେବା ନିମନ୍ତେ ଧମକ ଦେଉଥିଲେ ।

ପଚରାଉଚରା ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିବା ବେଳେ, ସେମାନେ ସମସ୍ତେ ମିଶି ବେଆଇନ ଭାବେ ୩ ଟି ଚୋରା ବନ୍ଧୁକ କିଣି ତାହାକୁ ଦାଦାବଟି କାର୍ଯ୍ୟରେ ବ୍ୟବହାର କରୁଥିବା ଏବଂ ପୁଲିସ ଚଢଉ ସମୟରେ ଫେରାର ସହଯୋଗୀଙ୍କୁ ନିଜ ବନ୍ଧୁକ ଦେଇଦେଇ ଥିବା କଥା ସେ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଜଣେ ଅଭ୍ଯାସଗତ ଅପରାଧୀ ଥିବା ତଦନ୍ତ ବେଳେ ଜଣାପଡିଛି ।

ତାଙ୍କ ନାମରେ ଏୟାରଫୀଲ୍ଡ ଥାନାରେ ମୋଟ ୫ଗୋଟି ମାମଲା ରହିଥିବା ବେଳେ, ଖଣ୍ଡଗିରି ଥାନା ଏବଂ ବଡଗଡ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭିନ୍ନ ମାମଲାରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି ।

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ୟ ସହଯୋଗୀ ମାନଙ୍କୁ ଖୁବ ଶୀଘ୍ର ଗିରଫ କରିବା ଲାଗି ଉଦ୍ୟମ ଜାରି ରହିଛି ।

Name & Address of Accused persons:

1.         Roshan Jena (21), S/O- Hrushikesh Jena of Tala Sahi, Sundarpada, PS- Airfield, Bhubaneswar UPD.

LEAVE A REPLY

Please enter your comment!
Please enter your name here