Airfield PS Case No-258, accused forwarded to Court, know details

0
338
Sarat Subudhi (45), S/O- Late Agadhu Subudhi of Vill- Padhan Sahi, PS- Airfield, Bhubaneswar UPD

By Biswanath Dash

BHUBANESWAR:  Airfield PS Case No-258, dtd.16.10.2023, U/S- 323/307 IPC.PO: Near Trinath Mandap, Jamukoli, PS- Airfield, BBSR UPD.

Gist of the FIR:

ଏୟାରଫୀଲ୍ଡ  ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ସମ୍ପୃକ୍ତ ଅଭିଯୋଗକାରୀଙ୍କ ଜ୍ଵାଇଁ । ଗତକାଲି ସକାଳେ ଅଭିଯୋଗକାରୀ ଜଣକ ଘରକୁ ଫେରିବା ରାସ୍ତାରେ ଜାମୁକୋଳିସ୍ଥିତ ତ୍ରିନାଥ ମଣ୍ଡପ ନିକଟରେ ନିମ୍ନୋକ୍ତ ଅଭିଯୁକ୍ତ ତାଙ୍କୁ ଏକ ଠେଙ୍ଗା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ।

 ଯାହାଫଳରେ ଅଭିଯୋଗକାରୀ ଜଣକ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଝିଅ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଘଟଣାର ଅଭିଯୋଗ ପରେ, ଏୟାରଫୀଲ୍ଡ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ ।

ପଚରାଉଚରା ସମୟରେ, ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଜଣେ ଅଭ୍ଯାସଗତ ଅପରାଧୀ ହୋଇ ଥିବା ବେଳେ ତାଙ୍କ ନାମରେ ଏୟାରଫୀଲ୍ଡ ଥାନାରେ ମୋଟ ୪ଗୋଟି ମାମଲା ରହିଥିବା ଜଣା ପଡିଛି । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭିନ୍ନ ମାମଲାରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି ।

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

1.         Sarat Subudhi (45), S/O- Late Agadhu Subudhi of Vill- Padhan Sahi, PS- Airfield, Bhubaneswar UPD.

LEAVE A REPLY

Please enter your comment!
Please enter your name here