Airfield PS Case No-185, accused arrested

0
196

BHUBANESWAR:   Airfield PS Case No-185, dtd.01.08.2023, U/S-420/468/471/120(B)/34 IPC.PO: PS- Airfield, Bhubaneswar UPD.

ଏୟାରଫିଲ୍ଡ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଏବଂ ତାଙ୍କ ସ୍ବାମୀଙ୍କର ଏ.ବି.ଜେ  ଟ୍ରେଡିଂ ନାମକ ଏକ ସିମେଣ୍ଟ-ରଡ ଦୋକାନ ରହିଛି। ଅଭିଯୁକ୍ତ ସୁବ୍ରତ କୁମାର ରାଉତରାୟ ନିଜକୁ ରୟାଲ ଇଣ୍ଡିଆନ ନାମକ ଏକ ଇଲେକ୍ଟ୍ରିକ୍ ବାଇକ କମ୍ପାନୀର ସି.ଇ.ଓ ଦର୍ଶାଇ ଅଭିଯୋଗକାରୀଙ୍କ ସ୍ବାମୀଙ୍କ ସହିତ ସାକ୍ଷାତ କରିଥିଲେ ଏବଂ ଉକ୍ତ ଇଲେକ୍ଟ୍ରିକ୍ ବାଇକ କମ୍ପାନିର ଏକ ଡିଲରସିପର ପ୍ରସ୍ତାବ ଦେଇଥିଲେ। ଅଭିଯୁକ୍ତ ଜଣକ ଇଲେକ୍ଟ୍ରିକ୍ ବାଇକ ର କିଛି ଫଟୋ ଏବଂ ଭିଡିଓ ଦେଖାଇ ତାଙ୍କୁ ଡିଲରସିପ୍ ନିମନ୍ତେ ଅର୍ଥ ମାଗିଥିଲେ ଓ ଅଭିଯୋଗକାରୀଙ୍କ ଦୋକାନ କଡରେ ସୋରୁମ ଖୋଲିବାକୁ କହିଥିଲେ। ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ଅଭିଯୋଗକାରୀ ଏବଂ ତାଙ୍କ ପତି ବହୁ କଷ୍ଟରେ ବ୍ଯାଙ୍କରୁ ଲୋନ ନେଇ ଏବଂ କିଛି ସମ୍ପର୍କୀୟଙ୍କ ଠାରୁ ଟଙ୍କା ଧାର ନେଇ ମୋଟ ୭୭,୦୮,୭୩୨/- ଟଙ୍କା ଅଭିଯୁକ୍ତଙ୍କୁ ଦେଇଥିଲେ  ।

ଅଭିଯୁକ୍ତ ତାଙ୍କୁ ବଦଳରେ ୧୬ ଟି ଇ-ବାଇକ ଓ ୧୫ ଟି ଲିଥିଅମ ବ୍ୟାଟେରି ସାମଗ୍ରୀ ଦେଇଥିଲେ। ଏହାପରେ ଅଭିଯୁକ୍ତ ଜଣକ କରୋନା ମହାମାରୀର ବାହାନା ଦେଖାଇ ବଳକା ୬୬,୦୩,୫୫୫/- ଟଙ୍କାର ଇଲେକ୍ଟ୍ରିକ୍ ବାଇକ ଓ ବ୍ଯାଟେରୀ କିଛି ଦିନ ବ୍ଯବଧାନ ପରେ ଦେବାର ପ୍ରତିଶୃତି ଦେଇଥିଲେ। ଏହାର କିଛି ଦିନ ପରେ ଅଭିଯୋଗକାରୀ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଯୋଗାଯୋଗ କରି ତାଙ୍କର ବଳକା ଟଙ୍କା ମାଗିଥିଲେ। ଏଥିରେ ଅଭିଯୁକ୍ତ ସେମାନଙ୍କ  କଥାକୁ  ଏଡାଇଦେବା ସହିତ କୌଣସି ଟଙ୍କା ଫେରାଇ ନଥିଲେ। ଏନେଇ ଅଭିଯୋଗକାରିଣୀ ଏୟାରଫୀଲ୍ଡ ଥାନା ରେ ଏକ ଅଭିଯୋଗ କରିଥିଲେ।

ଘଟଣାର ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଛୋଟିଯୋଡି ଗ୍ରାମ ଅଞ୍ଚଳରୁ କଣାସ ପୁଲିସର ସହାୟତାରେ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

  1. Subrat Kumar Routray aka Tuna (35) S/o- Godabarish Routray of Vill. Chhotijodi, PS-Kanasa ,Dist- Puri.

 

LEAVE A REPLY

Please enter your comment!
Please enter your name here