Airfield PS Case No- 147, two accused arrested

0
502
Rakesh Paikray aka Pinu (25), S/o- Surendra Paikray, Vill- Botanda (Balabhadrapur) PS- Airfield, Dist- Khurdha and Guruprasad Pradhan aka Ankari (20), S/o- Surendra Pradhan of Vill- Patala, Teispur, PS- Pipili, At/pr- Kuha, PS- Airfield, BBSR, Khordha

By Biswanath Dash

BHUBANESWAR:   Airfield PS Case No- 147, Dt- 18.06.2023, U/S- 341/384/307/427/34 IPC.PO:       Near Hi-Tech Chowk, PS- Airfield, Bhubaneswar UPD.

Gist of the FIR:

ଏୟାରଫୀଲ୍ଡ ଥାନା ପୁଲିସ ଅଭିଯୋଗକାରୀ ଶେଖ ହମଜାଦଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା. ୧୭.୦୬.୨୦୨୩ ରିଖରେ ଅଭିଯୋଗକାରୀଙ୍କ ଡ୍ରାଇଭର ଓ ହେଲପେର ଗୋଟିଏ ପିକ୍ଅପ ଭ୍ୟାନରେ ପିପିଲିରୁ ଆଜାଦ ନଗର ଅଞ୍ଚଳକୁ କିଛି ସାମଗ୍ରୀ ପରିବହନ କରି ନେଉଥିଲେ । ହାଇଟେକ ଛକ ନିକଟରେ ଉକ୍ତ ଭ୍ୟାନଟି ଖରାପ ହୋଇଯିବାରୁ ତାଙ୍କ ଡ୍ରାଇଭର ଅଭିଯୋଗକାରୀଙ୍କୁ ଏନେଇ ଜଣାଇଥିଲେ । ଅଭିଯୋଗକାରୀ ମେକାନିକ ଆଣିବା ପାଇଁ ରସୁଲଗଡ ଆସିଥିବା ବେଳେ ତାଙ୍କର ପୁତୁରାଙ୍କୁ ଘଟଣାସ୍ଥଳରେ ଥିବା ଭ୍ୟାନ ନିକଟକୁ ପଠାଇ ଥିଲେ ।

ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହିତ ପ୍ରାୟ ୨୦ ରୁ ୨୫ ଜଣ ଅଭିଯୁକ୍ତ ଭ୍ୟାନ ନିକଟକୁ ଆସିଥିଲେ ଏବଂ ଅଭିଯୋଗକାରୀଙ୍କ ଡ୍ରାଇଭର ଏବଂ ପୁତୁରାଙ୍କୁ ଦାଦାବଟି ସ୍ବରୂପ ଟଙ୍କା ଦାବି କରିଥିଲେ । ସେମାନେ ଟଙ୍କା ଦେବାକୁ ମନା କରିଦେବାରୁ ଅଭିଯୁକ୍ତମାନେ ହୁଲା କରିବା ସହ ଅଭିଯୋଗକାରୀଙ୍କ ପୁତୁରା ଏବଂ ଗାଡି ମାଲିକଙ୍କୁ ହତ୍ୟା କରିବା ଉଦେଶ୍ୟରେ ଆକ୍ରମଣ କରି ଉକ୍ତ ଭ୍ୟାନଟିକୁ ଭଙ୍ଗାରୁଜା କରିଦେଇଥିଲେ ।

ଅଭିଯୋଗକାରୀ ଏନେଇ ମାମଲା ରୁଜୁ କରିବା ପରେ ପୁଲିସ ତଦନ୍ତ କରି ଆଜି ନିମ୍ନୋକ୍ତ ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଦୁହେଁ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଚେଷ୍ଠା ଜାରି ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

1.         Rakesh Paikray aka Pinu (25), S/o- Surendra Paikray, Vill- Botanda (Balabhadrapur) PS- Airfield, Dist- Khurdha and

2.         Guruprasad Pradhan aka Ankari (20), S/o- Surendra Pradhan of Vill- Patala, Teispur, PS- Pipili, At/pr- Kuha, PS- Airfield, BBSR, Khordha.

LEAVE A REPLY

Please enter your comment!
Please enter your name here