Airfield PS, 1 accused arrested

0
478
Saroj Srichandan aka Bani (23), S/O- Gobardhan Srichandan, Vill- Jamukoli, Dola sahi, PS- Airfield, Bhubaneswar UPD.

By Biswanath Dash

BHUBANESWAR:   Airfield PS Case No-147, dtd.18.06.2023, U/S-341/384/307/427/34 IPC, PO- Hi-tech Square, PS- Airfield, Bhubaneswar UPD.

Gist of the Case:

ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ଏୟାରଫୀଲ୍ଡ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୧୭.୦୬.୨୦୨୩ରିଖରେ ଅଭିଯୋଗକାରୀଙ୍କ ଡ୍ରାଇଭର ଏବଂ ହେଲପର OD-02-N-7280 ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ଯାନରେ ପିପିଲି ଅଞ୍ଚଳରୁ ପଶୁ ଚମଡା ନେଇ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଜାଦନଗରକୁ ଆସୁଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡି ହାଇଟେକ ଛକ ନିକଟରେ ଛିଡାହୋଇ ରହିଥିଲା । ଡ୍ରାଇଭର ନିକଟରୁ ସୂଚନା ପାଇ ଅଭିଯୋଗକାରୀ ଜଣକ ନିଜ ଜ୍ଵାଇଁଙ୍କୁ ଘଟଣା ସ୍ଥଳକୁ ପଠାଇବା ସହିତ ମେକାନିକ ଖୋଜିବା ନିମନ୍ତେ ରସୁଲଗଡ ଅଞ୍ଚଳକୁ ଯାଇଥିଲେ ।

 ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗକାରୀଙ୍କ ଜ୍ଵାଇଁ ଏବଂ ପିକଅପ ଭ୍ୟାନର ଡ୍ରାଇଭରଙ୍କୁ ଦାଦବଟି ମାଗିଥିଲେ । ଦାଦାବଟି ଦେବାକୁ ମନା କରିବାରୁ ଅଭିଯୁକ୍ତ ମାନେ ସେମାନଙ୍କୁ ଲୁହାଛଡ, ଲାଠି ଓ ଅନ୍ଯାନ୍ଯ ମରଣାସ୍ତ୍ର ସହାୟତାରେ ମରଣାନ୍ତକ ଆକ୍ରମଣ କରିବା ସହିତ ଗାଡିକୁ ବାଡେଇ ଭାଙ୍ଗି ଦେଇଥିଲେ । ଘଟଣାର ଅଭିଯୋଗ ପରେ ଏୟାରଫୀଲ୍ଡ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।  ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:Saroj Srichandan aka Bani (23), S/O- Gobardhan Srichandan, Vill- Jamukoli, Dola sahi, PS- Airfield, Bhubaneswar UPD.

Seizure:Damaged Pickup Van with animal skin.

LEAVE A REPLY

Please enter your comment!
Please enter your name here