By Our Correspondent
BHUBANESWAR: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଆଦିବାସୀମେଳା-୨୦୨୩ର ଶୁଭ ଉଦ୍ଘାଟନ କରିଛନ୍ତି। ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୧୨୧ଗୋଟି ଷ୍ଟଲ୍ରେ ଜନଜାତିଙ୍କ ଦ୍ବାରା ପ୍ରସ୍ତୁତ ତଥା ସଂଗୃହୀତ ସାମଗ୍ରୀ ବିକ୍ରୟ ହେଉଛି।
ଏହି ମେଳାର ଅନ୍ୟତମ ପ୍ରମୁଖ ଆକର୍ଷଣ ଭାବରେ ପ୍ରାଚୀନ ଜନଜାତିଙ୍କ ଘରର ମଡେଲ୍ ପ୍ରଦର୍ଶିତ ହୋଇଅଛି। ମେଳାରେ ସନ୍ଧ୍ୟା ୬.୩୦ ରୁ ୮.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ଜନଜାତି ନୃତ୍ୟ। ଉଦ୍ଘାଟନ କାର୍ଯ୍ୟକ୍ରମରେ SC-ST Development ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।