Aame Odia Volunteers Collect Plastics at Puri Beach

0
983
Aame Odia Volunteers Collect Plastics at Puri’s Blue Flag Golden Sea Beach

By Our Correspondent

BHUBANESWAR/PURI: ରଥଯାତ୍ରାର ଦ୍ୱିତୀୟ ଦିନରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ହ୍ରାସ କରିବା ଦିଗରେ ‘ଆମେ ଓଡ଼ିଆ’ ସଂଗଠନ ତରଫରୁ ପୁରୀ ସମୁଦ୍ର ବେଳାଭୂମିରେ ଜନସଚେତନ ସହ ବ୍ୟାପକ ସଫେଇ କାର୍ଯ୍ୟ କରାଯାଇଛି । ସଂଗଠନର ସ୍ୱେଚ୍ଛାସେବୀ ଓ  ଜନସାଧାରଣଙ୍କ ତରଫରୁ ବେଳାଭୂମି ଚତୁଃପାର୍ଶ୍ୱରେ ସଫେଇ କାର୍ଯ୍ୟ କରାଯାଇଛି ବୋଲି ସଂଗଠନର ସମ୍ପାଦକ ସଂଗ୍ରାମ ପାତ୍ର ସୂଚନା ଦେଇଛନ୍ତି।

ଚଳିତ ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ଏହାର ରିସାଇକେଲିଂ ଉପରେ ଗୁରୁତ୍ୱ ଦେବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଅପିଲ୍ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଏହି ଅପିଲ କ୍ରମେ ସାମାଜିକ ସଂଗଠନ ‘ଆମେ ଓଡ଼ିଆ’ ରଥଯାତ୍ରାରୁ ପୁରୀରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ଏହାର ପୁନଃ ବ୍ୟବହାର ଏବଂ ରିସାଇକଲିଂ ସଚେତନତା” ଅଭିଯାନ’ରେ ଯୋଡ଼ି ହୋଇଛି । ଆମେ ଓଡ଼ିଆ ଓ ବିଭିନ୍ନ ସଂଗଠନ, ସମାଜସେବୀ ମଧ୍ୟ ଅଭିଯାନରେ ସାମିଲ ହେବାକୁ ଆଗେଇ ଆସିବା ସହ ଓ ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ରଥଯାତ୍ରାରେ ଏହି ସଂଗଠନର ସ୍ୱେଚ୍ଛାସେବୀଙ୍କୁ ଭେଟି ସେମାନଙ୍କର କାର୍ଯ୍ୟକୁ ପ୍ରଂଶସା କରିବା ସହ ପ୍ରତ୍ୟକ୍ଷ ଭାବରେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଅଭିଯାନକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ସମେତ ଅନେକ ମନ୍ତ୍ରୀ ସମର୍ଥନ ଦେଇଛନ୍ତି ।

ପବିତ୍ର ଶ୍ରୀଜଗନ୍ନାଥ ଧାମକୁ ସ୍ୱଚ୍ଛ ରଖିବା ଦିଗରେ ଆମେ ଓଡ଼ିଆ ପରିବାର ସହ ରାଜ୍ୟର ପ୍ରାୟ ଅନେକ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି । ଲୋକମାନଙ୍କ ମଧ୍ୟରେ ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ(Reduce) କରିବା ସହ ଏହାର ପୁନଃବ୍ୟବହାର(Reuse) ଓ ରିସାଇକେଲ (Recycle) ଉପରେ ଜନସଚେତନତା ସୃଷ୍ଟି କରାଯାଉଛି । ବୈଦୁତିକ, ମୁଦ୍ରଣ ଓ  ସାମାଜିକ ଗଣମାଧ୍ୟମରେ ପରିବେଶ ସୁରକ୍ଷା ତଥା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ବର୍ଜନ କରିବା ପାଇଁ ବ୍ୟାପକ ଜନଜାଗରଣ କରାଯାଉଛି । ସ୍ୱଚ୍ଛତା ପାଇଁ ସେବା ଆଧାରରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ‘ଆମେ ଓଡ଼ିଆ’ ପ୍ରତିଶ୍ରୁତିବଦ୍ଧ ।

LEAVE A REPLY

Please enter your comment!
Please enter your name here