A book ‘India’s Knowledge Supremacy: The New Dawn’ released

0
357

By Our Correspondent

NEW DELHI/BHUBANESWAR: ଭାରତର ଜ୍ଞାନ ବ୍ୟବସ୍ଥା ଏବଂ ପରମ୍ପରା ବିଶ୍ୱକୁ ସର୍ବଦା ସମୃଦ୍ଧ କରିଆସିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ପୁସ୍ତକ ‘ଇଣ୍ଡିଆ ନଲେଜ୍ ସୁପ୍ରିମାସୀ : ଦ ନ୍ୟୁ ଡନ୍’(India’s Knowledge Supremacy: The New Dawn)ର ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଉପସାଗରୀୟ ଦେଶ, ଉତ୍ତର ଆଫ୍ରିକା ଓ ଦକ୍ଷିଣ ଏସିଆର କ୍ୟୁଏସ ଇଣ୍ଟେଲିଜେନ୍ସ ୟୁନିଟର ଆଞ୍ଚଳିକ ନିର୍ଦ୍ଦେଶକ ଅଶ୍ୱିନୀ ଫର୍ଣ୍ଣାଡିସଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକ ଭାରତର ସମୃଦ୍ଧ ଶିକ୍ଷା ଐତିହ୍ୟ ଉପରେ ଆଧାରିତ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ଭାରତୀୟମାନେ କେବେ ବି ନିଜ ସଭ୍ୟତା କିମ୍ବା ଜ୍ଞାନର ପରମ୍ପରାର ପରାକାଷ୍ଠାକୁ ଦର୍ଶାଇବା ଆମର ଉଦ୍ଦେଶ୍ୟ ନଥିଲା ।

ଆମର ଜ୍ଞାନ ପରମ୍ପରା ସର୍ବଦା ବୈଶ୍ୱିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଆମ ବେଦ ଏବଂ ଉପନିଷେଦ ଜ୍ଞାନର ଅସୀମ ଭଣ୍ଡାର । ଗଣତନ୍ତ୍ରର ମୂଳ ଉତ୍ପତ୍ତି ସ୍ଥଳ ଭାରତରେ ଥିବା ବୋଲି ପ୍ରମାଣ ରହିଛି । ଭରତୀୟ ଶିକ୍ଷା ବ୍ୟବସ୍ଥା ଓ ଦେଶରେ ଶିକ୍ଷାର କ୍ରମାଗତ ଉନ୍ନତିର ଅନେକ ଦିଗ ଉପରେ ଏହି ପୁସ୍ତକରେ ଆଲୋକପାତ କରାଯାଇଛି । କିନ୍ତୁ ଏହାବ୍ୟତିତ ଆହୁରି ଅନେକ କଥା ବର୍ଣ୍ଣନା କରାଯାଇପାରିବ ।

ଆଜି ଭାରତ ଗ୍ଲୋବାଲ ସାଉଥର ସ୍ୱର ହୋଇଛି । ଏହା କେବଳ ଆମ ସଭ୍ୟତାର ମୂଲ୍ୟବୋଧ ପାଇଁ ସମ୍ଭବ । ଭାରତୀୟ ଜ୍ଞାନ ପଦ୍ଧତି ସମୁଦ୍ର ପରି ଗଭୀର । ବର୍ତ୍ତମାନ ଏବଂ ଭବିଷ୍ୟତର ପିଢି ପାଇଁ ଭାରତୀୟ ଜ୍ଞାନର ପରମ୍ପରା ଉପରେ ଅଧିକ ଗବେଷଣା, ଆଲୋଚନା ଏବଂ ଅଧିକାଂଶ ପୁସ୍ତକ ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରୋତ୍ସାହିତ କରିବାକୁ ହେବ ।

 ମାନବ କଲ୍ୟାଣ ଆହ୍ୱାନକୁ ସମାଧାନ କରିବା ଦିଗରେ ଆମେ ଆମର ଜ୍ଞାନ ଓ ବୌଦ୍ଧିକ କ୍ଷମତାକୁ ବ୍ୟବହାର କରିବାକୁ ହେବ । ଘରୋଇ ଓ ବୈଶ୍ୱିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତର ଜ୍ଞାନ ପରମ୍ପରାକୁ ବୈଶ୍ୱିକ କ୍ଷମତା ସହ ଯୋଡିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here